ଅଧିକ ପଢନ୍ତୁ ଓଡିଶା ଖବର
ଉକ୍ତ ଛାତ୍ରଙ୍କୁ ଖୋଜାଖୋଜି ଜାରି ରହିଛି । ଛlତ୍ର ଜଣଙ୍କ ଲତାହରଣ ଗ୍ରାମର ହୋଇଥିବା ବେଳେ ସେ ଦେବୀ ନଦୀ ବାଉରିଆ କଣ ଘାଟରେ ଗାଧୋଉଥିଲେ। ଛତ୍ରଙ୍କ ବୟସ 14, ଥିବାବେଳେ ସ୍ଥାନୀୟ ଜନସାଧାରଣଙ୍କ ଦ୍ଵାରା ଖୋଜାଖୋଜି ଜlରି ରହିଛି ।
ପୁରୀ: କାକଟପୁର ଦେବୀ ନଦୀରେ ଅଘଟଣ । 4 ଜଣ ଗାଧୋଇଲା ବେଳେ ଭାସିଯାଇ ଜଣେ ଛାତ୍ର ନିଖୋଜ । ଛlତ୍ର ଜଣଙ୍କ ଲତାହରଣ ଗାଁର ହୋଇଥିବା ସୂଚନା । ସେ ଦେବୀ ନଦୀ ବାଉରିଆ କଣ ଘାଟରେ ଗାଧୋଉଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
ଉକ୍ତ ଛାତ୍ରଙ୍କୁ ଖୋଜାଖୋଜି ଜାରି ରହିଛି । ଛlତ୍ର ଜଣଙ୍କ ଲତାହରଣ ଗ୍ରାମର ହୋଇଥିବା ବେଳେ ସେ ଦେବୀ ନଦୀ ବାଉରିଆ କଣ ଘାଟରେ ଗାଧୋଉଥିଲେ। ଛତ୍ରଙ୍କ ବୟସ 14, ଥିବାବେଳେ ସ୍ଥାନୀୟ ଜନସାଧାରଣଙ୍କ ଦ୍ଵାରା ଖୋଜାଖୋଜି ଜlରି ରହିଛି ।
ଅର୍ଗସ ବ୍ୟୁରୋ: ଆଇପିଏଲ-୨୦୨୩ର ୧୬ ତମ ସିଜନ ନିକଟରେ ଶେଷ ହୋଇଛି। ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ମୁକ୍କୁଟ ପିନ୍ଧିଥିଲା। ସଫଳ ଆଇପିଏଲ ଶେଷ ହେବାପରେ ସିଏସକେର ପ୍ରାରମ୍ଭିକ ବ୍ୟାଟର ଋତୁରାଜ ଗାଏକ୍ବାଡ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଋତୁରାଜ ତାଙ୍କ ବାନ୍ଧବୀ ତଥା ମହାରାଷ୍ଟ୍ର ମହିଳା କ୍ରିକେଟ ଦଳର ଦ୍ରୂତ ବୋଲର ଉତ୍କର୍ଷା ପାଓ୍ବାରଙ୍କୁ ଜୀବନସାଥୀ କରିଛନ୍ତି। ଜୁନ ୩ ତାରିଖରେ ଦୁହେଁ ବିବାହ କରିଛନ୍ତି। ବିବାହର ଫଟୋ ଗାଏକ୍ବାଡ ନିଜେ ଇନଷ୍ଟାରେ ଶେୟାର କରିଛନ୍ତି। ଫଟୋରେ ଦୁହେଁ ଖୁବ ସୁନ୍ଦର ଦିଶୁଛନ୍ତି। ଦୁଇ ଜଣଙ୍କ ବିବାହ ମହାବଲେଶ୍ବରର ଏକ ରିସୋର୍ଟରେ ହୋଇଛି। ଦୁଇଜଣଙ୍କ ଯୋଡିକୁ ସମସ୍ତେ ଟ୍ବିଟ କରି ଲେଖିଛନ୍ତି କ୍ୟୁଟ କପଲ।
ଆଇପିଏଲ ଫାଇନାଲ ମ୍ୟାଚ ସରିବାପରେ ଉତ୍କର୍ଷା ଷ୍ଟାଡିୟମ ପଡ଼ିଆ ଭିତରକୁ ଆସିଥିଲେ। ପଡ଼ିଆକୁ ଆସି ସେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ।
ଉତ୍କର୍ଷା ମହାରାଷ୍ଟ୍ର ପକ୍ଷରୁ କ୍ରିକେଟ ଖେଳନ୍ତି। ସେ ଜଣେ ଡାହାଣ ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ। ଉତ୍କର୍ଷା ଚଳିତ ଥର ମହିଳା ଆଇପିଏଲ ଟିମରେ ଖେଳିବାକୁ ସୁଯୋଗ ପାଇଥିଲେ। ଗାଏକ୍ବାଡଙ୍କ ବିବାହ ସେରିମନୀରେ କ୍ରିକେଟ ଜଗତର ବହୁ ଖେଳାଳି ଯୋଗ ଦେଇଥିଲେ। ଆଉ ଯେଉଁମାନେ ଆସିପାରି ନ ଥିଲେ ସେମାନେ ଟ୍ବିଟ କରି ଗାଏକ୍ବାଡଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଅଧିକ ପଢ଼ନ୍ତୁ ଖେଳ ଖବର
ଅର୍ଗସ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିଛନ୍ତି ଚତୁର୍ଦ୍ଧା ବିଗ୍ରହ । ଜଗନ୍ନାଥ ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ଶତାଧିକ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି । ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର କୋଟ ସମଲାଇର ପାତାଳି ଶ୍ରୀକ୍ଷେତ୍ରଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟସ୍ନାନ ପର୍ବ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଛି ।
ତ୍ରିକୂଟ ପାହାଡର ଛଳିଆ ଶିଖରସ୍ଥିତ ମନ୍ଦିର ଗମ୍ଭିରିରୁ ଗୋଟି ପହଣ୍ଡିରେ ଦାରୁଦିଅଁ ମାନଙ୍କୁ ସ୍ନାନ ମଣ୍ଡପକୁ ଆଣି ନୀତିକାନ୍ତି ପରେ ସ୍ନାନ କରାଯାଇଥିଲା । ପାହାଡ଼ ପାଦଦେଶର ତ୍ରିକୂଟ କୂଅରୁ ସଂଗୃହୀତ ୧୦୮ ଗରା ସୁବାସିତ ଜଳରେ ଠାକୁର ମାନଙ୍କର ସ୍ନାନ କରାଯାଇଥିବାବେଳେ ଭୋଗରାଗ ଓ ଆଳତୀ ଆଦି କରାଯାଇଥିଲା । ଠିକ୍ ସେହିପରି ଜିଲ୍ଲାର ସୁବର୍ଣ୍ଣପୁର ସମେତ ବୀରମହାରାଜପୁର, ତରଭା, ବିନିକା ଓ ଡୁଙ୍ଗୁରିପାଲି ଅଂଚଳରେ ଥିବା ଜଗନ୍ନାଥ ମନ୍ଦିରଗୁଡିକରେ ମଧ୍ୟ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଧୁମଧାମରେ ପାଳିତ ହୋଇଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: