ଏଥିସହ ମହୁଲ, ତେନ୍ତୁଳି ଆଦି ଜଙ୍ଗଲରେ ଥିବା ଗଛ ନଷ୍ଟ ହୋଇଯାଇଛି। ଅଞ୍ଚଳରେ କୋଟି କୋଟି ଟଙ୍କାର କାଜୁ, ମହୁଲ ଓ ତେନ୍ତୁଳି ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି। ବ୍ଳକର ବିଭିନ୍ନ ପଞ୍ଚାୟତରେ ହଜାର ହଜାର ସଂଖ୍ୟରେ ରହୁଛନ୍ତି ଆଦିବାସୀ ପରିବାର।
ପୁରୁଷମାନେ ବାହାର କାମ ସାଙ୍ଗକୁ ଚାକିରି ଏବଂ ଅନ୍ୟାନ୍ୟ ବୃଦ୍ଧି କରିଥାନ୍ତି। ରାତି ପାହିଲେ ମହିଳାମାନେ ଜଙ୍ଗଲକୁ ଯାଇ ମହୁଲ ଫୁଲ ଏବଂ ତେନ୍ତୁଳି ସଂଗ୍ରହ କରିଥାନ୍ତି । ଏମିତିକି କାଜୁ ସଂଗ୍ରହ ମଧ୍ୟ ସେମାନଙ୍କ ଦ୍ଵାରା କରାଯାଇଥାଏ। ପରିବାରର ଆର୍ଥିକ ଅଭିବୃଦ୍ଧିର ମଙ୍ଗ ଧରିଥାନ୍ତି ମହିଳାମାନେ। ଅଥଚ ଚଳିତବର୍ଷ ଅଦିନିଆ ବର୍ଷା ସେମାନଙ୍କ ଆଖିରେ ଲୁହ ଆଣି ଦେଇଛି । ସାଧାରଣତଃ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ଗୋଟିଏ ଗୋଟିଏ ପରିବାର ସର୍ବନିମ୍ନ ୨ରୁ ୪ କ୍ଵିଣ୍ଟାଲ କାଜୁ ଅମଳ କରିଥାନ୍ତି । କେଜି ୧୦୦ ଟଙ୍କାରେ ବିକ୍ରି କରିଥାନ୍ତି। ସେହିପରି ପ୍ରତି ପରିବାର ସର୍ବନିମ୍ନ ୫ରୁ ୧୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ସଂଗ୍ରହ କରିଥାନ୍ତି ମହୁଲ ଫୁଲ । କେଜି ୨୦ରୁ ୩୦ ଟଙ୍କାରେ ବିକ୍ରି କରିଥାନ୍ତି । ଅନୁରୂପ ଭାବେ ପ୍ରତି ପରିବାର ସର୍ବନିମ୍ନ ବର୍ଷକୁ ୨୦ ହଜାର ଟଙ୍କା ଲେଖାଏଁ ତେନ୍ତୁଳି ବିକିଥାନ୍ତି। ଏହାକୁ ହିସାବକୁ ନେଲେ ପ୍ରତି ପରିବାର ଅନ୍ୟୁନ ୧ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି ଏହି ବାଟରେ। ବହୁ ପରିବାର ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଆୟ କରିଥାନ୍ତି।
ହେଲେ ଅଦିନିଆ ବର୍ଷାରେ ମାଟିରେ ମିଶିଛି ମହୁଲ ଫୁଲ। କାଜୁ ମଧ୍ୟ ପାକଳ ହେବା ପୂର୍ବରୁ ଝଡିଯାଇଛିଏବଂ କଳା ପଡିଛି। ଗଛରେ ଥିବା ବଳକା ୫୦ ପ୍ରତିଶତ ତେନ୍ତୁଳି ଅମଳ ନହୋଇ ନଷ୍ଟ ହୋଇଯାଇଛି। ଏହାକୁ ହିସାବକୁ ନେଲେ ଲାଞ୍ଜିଆମାନେ ଏବର୍ଷ କୋଟି କୋଟି ଟଙ୍କାର ଜଙ୍ଗଲଜାତ ଦ୍ରବ୍ୟ ହରାଇଛନ୍ତି।
ଲାଞ୍ଜିଆମାନଙ୍କ ବିକାଶ ପାଇଁ ଏଠାରେ ରହିଛି ସାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା । ଏହି ସଂସ୍ଥା ମାତ୍ର ଦୁଇଟି ପଞ୍ଚାୟତରେ ନିଜକୁ ସୀମିତ ରଖିଛି। ଏମିତିକି ଝଡ଼ବର୍ଷାରେ କେତେ କ୍ଷୟକ୍ଷତି ହୋଇଛି, ତା’ର ହିସାବ ସଂସ୍ଥା କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ । କୃଷି ବିଭାଗ କିମ୍ବା ଉଦ୍ୟାନ ବିଭାଗ ପାଖରେ ମଧ୍ୟ କୌଣସି ତଥ୍ୟ ନାହିଁ ।ତେବେ ପ୍ରସାସନ କେବେ ଏହି କ୍ଷୀୟ କ୍ଷତିର ଆକଳନ କରୁଛି କେବେ ଅଡିବାସିପରିବାର ଉପକୃତ ହେଉଛନ୍ତି ଦେଖିବାକୁ ବାକି ରହିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର