OdishaParba | ପ୍ରାଚୀନ ଗ୍ରନ୍ଥ ସାରଳା ମହାଭାରତ ପ୍ରକାଶନ ପାଇଁ 50 ବର୍ଷରୁ ଅଧିକ ସମୟ ଲାଗିଛି
ଉପକୂଳ ଓଡିଶାରେ କାଳବୈଶାଖୀ ଆଶଙ୍କା
ଭୁବନେଶ୍ୱର: ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ କାଳବୈଶାଖୀ ପ୍ରଭାବ। ଉତ୍ତର ଓ ଉପକୂଳ ଓଡ଼ିଶାରେ ପବନ ସହ ବଜ୍ରପାତ ଆଶଙ୍କା ରହିଛି। ଏଥିସହ ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୨ଟି ଜିଲ୍ଲା ପାଇଁ ସତର୍କ ସୂଚନା ଦିଆଯାଇଛି। ଆସନ୍ତା କାଲି ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରଭାବ ରହିବ। ତେଣୁ ଲୋକମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଏହାପରେ ବି ୯ ତାରିଖ ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ କୋହଲା ପାଗ ସହ ହାଲକା ବର୍ଷା ଆଶଙ୍କା ରହିଛି। ୯ ତାରିଖଠାରୁ ସାରା ରାଜ୍ୟରେ ପାଗ ବଦଳିବ ବୋଲି ଆକଳନ ହୋଇଛି ।
Download Argus News App
