ଅର୍ଗସ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଉପକାରରରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଫେରାର୍ କଏଦୀ ଜଣକ ନର୍ଲା ଥାନା ରୁପ୍ରା ରୋଡ ଅଞ୍ଚଳର ବିଶ୍ଵାମିତ୍ର ମାଝି ବୋଲି ମଦନପୁର ରାମପୁର ଥାନାରେ ସୁଚନା ଦିଆଯାଇଛି । ସୂଚନା ଅନୁସାରେ, ଗତ ଡିସେମ୍ବର ମାସରେ ନିଜ ପରିବାର ସଦସ୍ୟଙ୍କୁ ବାରମ୍ବାର ଆକ୍ରମଣ, ସ୍ତ୍ରୀକୁ ମାଡ଼ ମାରିବା, କଟୁରି ଧରି ହତ୍ୟା ଉଦ୍ୟମ କରିବା ମାମଲାରେ ନର୍ଲା ପୁଲିସ ବିଶ୍ଵାମିତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଅଧିକ ପଢନ୍ତୁ : ୩୩ କି.ମି ପତ୍ନୀଙ୍କ ଶବ କାନ୍ଧରେ ବୋହିଲେ ସ୍ୱାମୀ
ତେବେ ନିର୍ଯାତନାରେ ଅତିଷ୍ଠ ହୋଇ ପରିବାର ଲୋକେ ଅଭିଯୁକ୍ତର ଜାମିନ ଆବେଦନ କରି ନଥିଲେ। ଫଳରେ ଗତ ଡିସେମ୍ବରରୁ ସେ ମ.ରାମପୁର ସବ୍ ଜେଲରେ ରହୁଥିଲା । କୌଶଳ କରି ଜେଲରୁ ଫେରାର ହୋଇଯାଇଛି। ବହୁ ଖୋଜାଖୋଜି କରିବା ପରେ ଏନେଇ ମ.ରାମପୁର ଥାନାରେ ଅଭିଯୋଗ କରାଯାଇଛି । ସ୍ପଷ୍ଟ ଦିବାଲୋକରେ ଜେଲରୁ ସମସ୍ତଙ୍କ ଆଖରେ ଧୂଳିଦେଇ କଏଦୀ ଫେରାର ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ