ଗାଁ ପାଖରେ ଗାଇ ଗୋଠ ଚରୁଥିବା ବେଳେ ଦିନ ଦ୍ବୀପହରେ ୨ମାସର ଗାଇ ଛୁଆକୁ ଟାଣିନେଲା କଲରାପତରିଆ ବାଘ । ବହୁ ଖୋଜାଖୋଜି ପରେ ଜଙ୍ଗଲ ଭିତରୁ ପାଇଲେ ଖଣ୍ଡବିଖଣ୍ଡିତ ମୃତଦେହ । ମୃତଦେହ ପାଖରେ ଥିବା ପାଦ ଚିହ୍ନ ରୁ କଲରାପତରିଆ ବାଘ ଜାଣିବା ପରେ ବନବିଭାଗ ଜଙ୍ଗଲ ଭିତରକୁ ଯିବାପାଇଁ ବାରଣ କରିଛି। ଏବେ ସଂଧ୍ୟା ହେଲେ ଗାଁରେ ତାଟିକବାଟ ପଡିଯାଉଛି । ଜଙ୍ଗଲକୁ ଲାଗିଥିବା ଭିରୁଡ଼ା ଗରପରା ଶବରସାହିରେ ପିଲାମାନେ ପାଠପଢାବାକୁ ଯିବାପାଇଁ ଛାଡୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି ।
ବର୍ଷେତଳେ ଏହି ସୋରିଷ ପାଳ ଜଙ୍ଗଲରେ ଫାଶରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା । । ଏବେ ଗାଁ ଆଖପାଖରେ ଏହି ବାଘ ଚଳପ୍ରଚଳ କରୁଥିବାରୁ ଏହା ସୁରକ୍ଷା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭିରୁଡା ପଞ୍ଚାୟତକୁ ଲାଗି ସୋରିଷପାଳ ଜଙ୍ଗଲ ଥିବା ସହ ହାତୀ , ବାରହା, ଭାଲୁ , ବାଘ ଆଦି ବୁଲୁଥିବା ଯୋଗୁଁ ଏହି ପଞ୍ଚାୟତରେ ଜଣେ ବନବିଭାଗ ଓ୍ବାଚର ଦେବା ପାଇଁ ଦାବି ହୋଇଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।