୧୬ଟି ଦେଶ ଏହି ବିଶ୍ବକପରେ ଅଂଶ ଗ୍ରହଣ କରିବେ । ପୋଟ 1 ରହିଛନ୍ତି ଭାରତ, ଜାପାନ, ସ୍ପେନ, ଜର୍ମାନୀ ଭଳି ଶକ୍ତିଶାଳୀ ଦଳ । ସେହିଭଳି ପୋଟ ୨ ରେ ମେକ୍ସିକୋ, କାନାଡ଼ା, ବ୍ରାଜିଲ, ନ୍ୟୁଜିଲାଣ୍ଡ ଭଳି ଦଳ ରହିଥିବା ବେଳେ ପୋଟ ୩ ରେ ୟୁଏସଏ, ନାଇଜେରିଆ, ଫ୍ରାନ୍ସ, ଚାଇନା ଦଳ ରହିଛନ୍ତି । ସେପଟେ ପୋଟ ୪ ରେ କଲୋମ୍ବିଆ, ଚିଲି, ମାର୍କୋ, ତାଞ୍ଜାନିଆ ଦଳ ନିଜର କ୍ରୀଡା ଯାଦୁ ଦେଖାଇବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏହି ବିଶ୍ବକପର ୩ଟି ମ୍ୟାଚ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।
୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ବିଶ୍ବକପରେ ନର୍ଥ କୋରିଆ ପ୍ରଥମେ ଟାଇଟଲ ହାସଲ କରିଥିଲା । ଦ୍ବିତୀୟ ବିଶ୍ବକପ ସାଉଥ କୋରିଆ, ତୃତୀୟ ଫ୍ରାନ୍ସ, ଚତୁର୍ଥ ଜାପାନ, ପଞ୍ଚମ ନର୍ଥ କୋରିଆ ଏବଂ ଷଷ୍ଠ ଥର ସ୍ପେନ ବିଶ୍ବକପ ଟାଇଟଲ ନିଜ ନାମରେ କରିଥିଲା । ନର୍ଥ କୋରିଆ ସର୍ବାଧିକ ୨ ଥର ଏହି ଟାଇଟେଲ ହାତେଇଛି । ସେପଟେ ରାଜ୍ୟରେ ଏଭଳି ବଡ ଇଭେଣ୍ଟ ଆୟୋଜନକୁ ପ୍ରଶଂସା କରିଛନ୍ତି ଫୁଟବଲ ଖେଳାଳୀ ।