ଦର୍ଶକ ବନ୍ଧୁ ଦିନେ କଣ୍ଢେଇ ନାଚର ରହିଥିଲା ବହୁତ ଚାହିଦା।ସଞ୍ଜ ହେଲେ ଗାଁ ଠୁ ସହର ତଳେ ପଡ଼ିଥିବା ପାଲ ଉପରେ ଚକା ପକେଇ ବସିଯାଉଥିଲେ ଲୋକେ,ଆଉ ଉପଭୋଗ କରୁଥିଲେ କାଠ କଣ୍ଢେଇ ନୃତ୍ୟ।ଏବେ ସମୟ ବଦଳି ଯାଇଛି ଧୀରେ ଧୀରେ ଆଧୁନିକତା ଧସେଇ ପଶିଛି,ଆଉ ଏଭଳି ଲୋକ କଳାକୁ ତା ଆଁ ଭିତରେ ଗିଳି ପକେଇଛି।ଏମିତିକି 2000 ମସିହା ପରେ ଜନ୍ମିତ ଅନେକ ପିଲାଏ କଣ୍ଢେଇ ନୃତ୍ୟ ବି ଦେଖି ବି ନଥିବେ।
କଣ୍ଢେଇ ନାଚକୁ ନେଇ ଢ଼େଙ୍କାନାଳ ରାଇଡିହି ଗ୍ରାମର ବେଶ ଭଲ ନା ରହିଛି।ଦିନ ଥିଲା ସେଇ ଗାଆଁ ରୁ ସାତ ରୁ ଆଠଟି ପାର୍ଟି ରାଜ୍ୟ ର କୋଣ ଅନୁ କୋଣ ରେ ଏ କଳା ର ପ୍ରଚାର ପ୍ରସାର କରୁଥିଲେ।ଏବେ ସମୟ ବଦଳି ଯାଇଛି ଲୋକ କଳାରୁ ଲୋକ ମୁଁହ ଫେରେଇ ନେଇଛନ୍ତି।ଯାହା ଦିନେ ମନୋରଞ୍ଜନ ର ମାଧ୍ୟମ ହେଉଥିଲା ତାହା ଏବେ ଇତିହାସ ହେବା କୁ ବସିଲାଣି।ସରକାର ଙ୍କ ପ୍ରୋତ୍ସାହନ ଅଭାବ ହେତୁ ଆଜି ଏ କଳା ର ଏମିତି ଅବସ୍ଥା ବୋଲି କହିଛନ୍ତି ନାଚ ପାର୍ଟି ର ମାଲିକ।ଆଜି ପର୍ଯ୍ୟନ୍ତ ମଧ୍ୟ ସଂସ୍କୃତି ବିଭାଗ ରେ ତାଙ୍କ ଟ୍ରୁପର ନାମ ପଞ୍ଜିକରଣ ହୋଇ ପାରିଲା ନାହିଁ।ଏମିତିକି ଆଜି ପର୍ଯ୍ୟନ୍ତ ତାଙ୍କୁ କଳାକାର ର ମାନ୍ୟତା ଦିଆଗଲା ନାହିଁ , ଭତା ମଧ୍ୟ ମିଳିଲା ନାହିଁ।ଯାହାକୁ ନେଇ ମଧ୍ୟ ସେ ଆସୋନ୍ତଶ ବ୍ୟକ୍ତ କରିଛନ୍ତି।
ଢ଼େଙ୍କାନାଳ ସଂସ୍କୃତି ବିଭାଗ ନିଦା ବିଷ୍ଣୁ ଭଳି ଶୋଇ ପଡ଼ି ଘୁମେଇ ଘୂମେଇ କାର୍ଯ୍ୟ କରୁଥିବାରୁ ଏହି ଭଳି ଭାବରେ ଢେଙ୍କାନାଳରୁ ଲୋକ କଳା ହଜି ଯାଉଥିବା ର ଅଭିଯୋଗ ହୋଇଛି।ଯଦି ସଂସ୍କୃତି ବିଭାଗ ଏ ଦିଗ ପ୍ରତି ଦୃଷ୍ଟି ନଦିଏ ତେବେ ଏହା ଇତିହାସ ହୋଇ ସବୁଦିନ ରହିଯିବ।