ସ୍ବାମୀ ଗାଁ ଆସି ସ୍ତ୍ରୀର ଅନୈତିକ ସମ୍ପର୍କ ବିଷୟରେ ଜାଣି ସ୍ତ୍ରୀ ସରସ୍ଵତୀ ପାତ୍ରଙ୍କୁ ଘରୁ ବାହାର କରି ଦେଇ ଥିଲେ । ତାପରେ ପୀଡ଼ିତା ନ୍ୟାୟ ପାଇବା ପାଇଁ କୋଟଗଡ଼ ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ ଓ 19/23 ମାମଲା ରୁଜୁ ହୋଇଥିଲା । କୋଟଗଡ଼ ଥାନା ଅଧିକାରୀ ଲଳିତ କୁମାର ସାଗର 376 -1, 2,5 ଓ 294, 506 ଦଫା ଅନୁଯାୟୀ ଜଳେଶ୍ଵର କୋଠଦଳାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ସ୍ବାମୀର ଅନୁପସ୍ଥିତିରେ ମହିଳାଙ୍କ ସହ ଘଟିଲା ଅଘଟଣ

ଅର୍ଗସ ବ୍ୟୁରୋ : କନ୍ଧମାଳ ଜିଲ୍ଲାରେ ଘଟିଲା ଅଘଟଣ । ଶ୍ରୀରାମପୁର ଗାଁରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ କୋଟଗଡ଼ ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଶ୍ରୀରାମପୁର ଓଡ଼ିଆ ସାହିର ଜଳେଶ୍ଵର କୋଠଦଲାଇ । ସୂଚନା ଅନୁସାରେ ପୀଡ଼ିତାଙ୍କ ସ୍ବାମୀ ଲଙ୍କେଶ୍ଵର ପାତ୍ର ଦୀର୍ଘ ଦିନ ହେଲା କେରଳରେ ରହି ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ସ୍ବାମୀର ଅନୁପସ୍ଥିତିରେ ମହିଳାଙ୍କ ସହିତ ସେ ସାହିର ଅଭିଯୁକ୍ତ ଯୁବକ ଜଳେଶ୍ଵର ଜୋର୍ ଜବରଦସ୍ତ ଭାବେ ଅନୈତିକ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ।
Download Argus News App
