ହିର୍ଲିପାଲିର ନାଟକ ପାର୍ଟିର `ସତୀ ମଉନାବତୀ’ ନାଟକରେ ସେନାପତି ଭୂମିକାରେ ସେ ବହୁବର୍ଷ ଧରି ଅଭିନୟ କରିଥିଲେ। ପ୍ରଖ୍ୟାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସମ୍ବଲପୁରୀ ଚଳଚ୍ଚିତ୍ର `ଭୁଖା’ରେ ମଧ୍ୟ ସେ ଅଭିନୟ କରିଥିଲେ। ୧୯୮୦ ମସିହାରେ ସେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରି ଲୋକଙ୍କ ମନ କିଣିପାରିଥିଲେ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ଦେବେନ୍ଦ୍ର ବିଶ୍ବାଳକଙ୍କ ପରଲୋକ

ଅର୍ଗସ ବ୍ୟୁରୋ: ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ବରଗଡ଼ ଜିଲା ଅତାବିରା ବ୍ଲକ ହିର୍ଲିପାଲି ଗାଁର ବରିଷ୍ଠ କଳାକାର ଦେବେନ୍ଦ୍ର ବିଶ୍ବାଳଙ୍କର ବୁଧବାର ପରଲୋକ ହୋଇଛି। ସ୍ବର୍ଗତ ବିଶ୍ବାଳ ସାରା ପଶ୍ଚିମ ଓଡ଼ିଶାରେ ହିର୍ଲିପାଲିର ସେନାପତି ଭାବେ ପରିଚିତ ଥିଲେ।
Download Argus News App
