ପ୍ରେସ କ୍ଲବର ଏଭଳି ପ୍ରୟାସକୁ କଂଟାବାଞ୍ଜି ସହରବାସୀ ପ୍ରସଂଶା କରିଛନ୍ତି। ଗତ ଡିସେମ୍ବର ୨୬ ତାରିଖ ଦିନ କଣ୍ଟାବାଞ୍ଜି ଷ୍ଟେସନ ନିକଟରେ ଏକ ଅଜଣା ବୃଦ୍ଧା ଅସହାୟ ଅବସ୍ଥାରେ ପଡିଥିବା ପ୍ରେସ କ୍ଲବ ଜାଣିବାକୁ ପାଇଥିଲା । କ୍ଲବର ସଦସ୍ୟ ମାନେ ଯାଇ ବୃଦ୍ଧାଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଆଣି ତାର ଚିକିତ୍ସା କରାଇଥିଲେ । ହେଲେ ପରିଚୟ ମିଳିପାରିଲା ନାହିଁ। ଶେଷରେ ବୃଦ୍ଧାଙ୍କ ଶବକୁ ସସମ୍ମାନ ସହ ଶବ ସତ୍କାର କରିଛନ୍ତି କଣ୍ଟାବାଞ୍ଜି ପ୍ରେସ କ୍ଲବ ।
ଅଚିହ୍ନା ଶବକୁ ସମ୍ମାନ ଦେଲା କଂଟାବାଞ୍ଜି ପ୍ରେସ କ୍ଲବ

ଅର୍ଗସ ବ୍ୟୁରୋ: ଅଚିହ୍ନା ଶବକୁ ସମ୍ମାନ ଦେଲା କଂଟାବାଞ୍ଜି ପ୍ରେସ କ୍ଲବ । ଯାହାର କେହିଁ ନାହିଁ ତା ପାଇଁ ଅଛି ପ୍ରେସକ୍ଳବ । ଆଜି ଏକ ଏଭଳି ସୁନ୍ଦର ବାର୍ତା ଦେଇଛି କଣ୍ଟାବାଞ୍ଜି ପ୍ରେସ କ୍ଲବ । ଏକ ଅଜଣା ଅଚିହ୍ନା ବୃଦ୍ଧାର ସ୍ଥାନୀୟ ଡାକ୍ତରଖାନାରେ ଦୀର୍ଘ ୨୨ ଦିନ ଚିକିତ୍ସା କରି ତାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ପରେ ଶବକୁ ଉଚିତ ସମ୍ମାନ ଦେଇ ଶବ ସତ୍କାର କରିଛି।
ଖୁଲମଖୁଲା ଚାଲିଛି ଗଞ୍ଜେଇ ଚାଲାଣ, ୪ ମାଫିଆ ଗିରଫ

ଅର୍ଗସ ବ୍ୟୁରୋ: ବିପୁଳ ପରିମାଣର ଗଞ୍ଜେଇ ଜବତ, ଏହାସହ ମାଫିଆ ଗିରଫ ହୋଇଥିବା ଜଣାପଡିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳର ଦୁଇଟି ସ୍ଥାନରୁ ବିପୁଳ ପରିଣାମର ଗଂଜେଇ ସହ ଚାଲାଣରେ ବ୍ୟବହୃତ କାର ଓ ବାଇକ ଜବତ କରିଛି ପୋଲିସ।
ଏହି ଘଟଣାରେ ପୋଲିସ 4ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଅଭିଯୁକ୍ତମାନେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ବିଶ୍ୱସ୍ତସୂତ୍ରର
Download Argus News App
