ପ୍ରଥମେ ସେ ବ୍ଲକ ଦେହେଲି, ବାଲବେଙ୍ଗ,ଅର୍ଷାତୁଲା,କୁରଡ଼ିଆମୁଣ୍ଡା,ଭତାସର, ଗଞ୍ଜିଆପଡା,ଟିଟିଗାଁ, ଭୁର୍ଷାଗୁଡ଼ା,କୁର୍ଲୁଭଟା, ଚିନ୍ଦାଗୁଡା ଗାଁ କୁ ଗସ୍ତ କରି ଲୋକ ମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗାଁ ଗୁଡିକରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟା, ଭତ୍ତା, ରାସନ କାର୍ଡ, ରାସ୍ତା ଘାଟ,ସ୍ୱାସ୍ଥ୍ୟ ସମସ୍ୟା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକମାନେ ବିଧାୟକଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ୟାର ସମାଧାନ ହେବ ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଲୋକଙ୍କ ସମସ୍ୟା ବୁଝିଲେ କଣ୍ଟାବାଞ୍ଜି ବିଧାୟକ

ବଲାଙ୍ଗୀର: ଗାଁ ଗାଁ ବୁଲିଲେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବ୍ଲକର ଅର୍ଶାତୁଲା, ସିନ୍ଧେକେଲା, ଚାନ୍ଦୋତରା, ଭୁର୍ଷାଗୁଡା ପଞ୍ଚାୟତକୁ ଆଜି ଗସ୍ତ କରିଥିଲେ ।
Download Argus News App
