ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ସୁଟିଂ ଚାଲିଛି । ତେବେ କଣ ଫିଲ୍ମର ରହିଛି କାହାଣୀ ତାହା ସ୍ପଷ୍ଟ ହୋଇନଥିବାବେଳେ ଓଡ଼ିଶାର ପାଣି ପବନକୁ ନେଇ ତିଆରି ହେଉଛି ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର କମେଡି କିଙ୍ଗ କପିଲଙ୍କୁ ନେଇ ପ୍ରସ୍ତୁତ ହେଉଥିବାବେଳେ ଖାଲି ଓଡିଶା ନୁହେଁ ଭାରତର କୋଣାନୁକୋଣରୁ ଥିବା ଓଡ଼ିଆଙ୍କୁ ବେଶ ଭଲ ଲାଗିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ନିକଟରେ କପିଲ ଶର୍ମା ଡେଲିଭରି ବଏ ଭାବରେ ଗଳିକନ୍ଦିରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ବିଭିନ୍ନ ରେସ୍ତୋରାଁ, ପୁରୁଣା ଅଞ୍ଚଳରେ ଫିଲ୍ମର କିଛି ଗୁରୁତ୍ୱପୂର୍ଣ୍ଣ ସିନ୍କୁ ପରଦାକୁ ଆଣିବାକୁ ଚେଷ୍ଟା କରିଛନ୍ତି ନନ୍ଦିତା । କୁହାଯାଉଛି ଫିଲ୍ମଟି ଓଡ଼ିଆଙ୍କ ଜୀବନଶୈଳୀ ଉପରେ ଆଧାରିତ । ତେଣୁ କପିଲ୍ ଓ ପୁରା ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । କପିଲଙ୍କ ସହ ହିରୋଇନ୍ ଭୂମିକାରେ ନଜର ଆସିବେ ସାୟନୀ ଗୁପ୍ତା । ତେବେ ସିନେମାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବାକୁ ଯୋଜନା ରହିଛି ।