ଜଗତଜନନୀ ମା' ଦୁର୍ଗାଙ୍କୁ ସ୍ବାଗତ କରିବାକୁ ନଦୀପଠା ଠାରୁ ରାସ୍ତା କଡରେ ଦୋଳି ଖେଳୁଛି କାଶତଣ୍ଡୀ ଫୁଲ । ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି ଧରଣୀ ରାଣୀ ଉପରେ ଢେଙ୍କି ହୋଇପଡିଛି ଧଳା ଚାଦର ଟିଏ । ଆଉ ପାଖରୁ ଦେଖିଲେ ମନ ଆନ ମନା ହୋଇ ଉଠେ । ସିଏ ହେଉଛି ବାସହିନ କାଶତଣ୍ଡୀ । ଦେବ ପୂଜାରେ ଲାଗେନି ସତ ହେଲେ ଶରତ ଋତୁରେ ଧରାପୃଷ୍ଠରେ ସୈାନ୍ଦର୍ଯ୍ୟ ମଣ୍ଡନ କରେ । ପୁରୀ ସଦର ଓ ବ୍ରହ୍ମଗିରିର ବିଭିନ୍ନ ନଦୀ ପଠା ଏବଂ ବିଲ ପାଖ, ରାସ୍ତା ପାର୍ଶ୍ୱରେ କାଶତଣ୍ଡୀର ସମ୍ଭାର।
ଆସୁଛି ପାର୍ବଣ, ହସୁଛି କାଶତଣ୍ଡୀ । ଧରଣୀ ରାଣୀ ଧୋବ ଫର ଫର ଚାଦର ଘୋଡେଇ ମୁରୁକି ମୁରୁକି ହସୁଛି । ମାଟିକୁ ଶରତ ସ୍ପର୍ଶ କରିବା ପରେ ଏବେ ସବୁଠି କାଶତଣ୍ଡୀର ସମ୍ଭାର । ସୈାନ୍ଦର୍ଯ୍ୟର ଅପରୂପ ମନୋହର ଦୃଶ୍ୟ ବାଟୋଇକୁ ଟିକେ ଅଟକାଇ ଦେଉଛି । ଆଉ କବିଙ୍କୁ ନିଜର ସୈନ୍ଦର୍ଯ୍ୟକୁ କବିତା ମାଧ୍ୟମରେ ବର୍ଣ୍ଣନା କରିବାକୁ ବାଧ୍ୟ କରୁଛି । ମା' ଆସୁଛନ୍ତି ବୋଲି ଗହିର ବିଲରୁ ନଦୀ ପଠା ଯାଏଁ କାଶତଣ୍ଡୀ ହାତରେ ସାରଦୀୟ ସନ୍ଦେସ ହୋଇ ଆସିଛି ।
ଆହୁରି ପଢନ୍ତୁ ଓଡିଶା ଖବର...