ଡଷ୍ଟବିନ, କୁଲର ନିୟମିତ ସଫା କରିବାକୁ ପରାମର୍ଶ ଦେଲେ ନିରଞ୍ଜନ ମିଶ୍ର
ବର୍ତ୍ତମାନ ସୁଦ୍ଧା 11,464 ଜଣ ଟେଷ୍ଟ କରାଯାଇଛି । ସେଥିରୁ 185 ଜଣ ପଜିଟିଭ ଅଛନ୍ତି । ଗତବର୍ଷ ଏ ସମୟକୁ 5981 ଜଣଙ୍କୁ ଟେଷ୍ଟ କରାଯାଇଥିଲା । ସେଥିରୁ 353 ଜଣ ପଜେଟିଭ ବାହାରିଥିଲେ । ଯାହା ଏବର୍ଷ ତୁଳନାରେ ବହୁତ କମ୍ ଅଛି । ଏଡିସ ମଶା ସାଧାରଣତଃ ସକାଳ ଓ ସଂଧ୍ୟା ସମୟରେ କାମୁଡନ୍ତି, ଶୋଇବା ଅବସ୍ଥାରେ ନୁହେଁ । ଏଡିସ ମଶା ମାନେ ସ୍ୱଚ୍ଛ ନିର୍ମଳ ପାଣିରେ ବଂଶ ବିସ୍ତାର କରନ୍ତି । ଆମକୁ ସେସବୁ ସଫା କରିବାକୁ ହେବ ଯେଉଁଥିରେ ସେମାନେ ବଂଶ ବିସ୍ତାର କରନ୍ତି, କୁଲର,ଟିଣ,କୁଡୁଆ ଆଦି ଜିନିଷରେ ପାଣି ଜମିବାକୁ ଦେବା ନାହିଁ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ, ଏମ୍ସ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।