ଏ ପ୍ରେମୀଯୁଗଳଙ୍କୁ ସମାଜ ଆଉ ବୟସର ବାର୍ଦ୍ଧକ୍ୟ ବି ଅଲଗା କରିପାରିନି l ଏମିତି ୨ ଲଭ ବାର୍ଡ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଶକ୍ତିପ୍ରସାଦ ଆଉ ଭଜେଶ୍ବରୀ । ନାତି ନାତୁଣୀ ଖେଳାଇବା ବୟସରେ ଉଭୟ ପରସ୍ପରକୁ ପ୍ରେମ କରିବସନ୍ତି । ତାହା ପୁଣି ଧାନକ୍ଷେତରେ ଧାନ କାଟୁ କାଟୁ।
ସ୍ଥାନୀୟ ଗଗୁଆ ପଞ୍ଚାୟତ ଗୁଳୁଦିଆ ଗାଁର ଶକ୍ତି ପ୍ରସାଦ ମିସ୍ତ୍ରୀ, ବୟସ ୬୫ । ଦୁଇ ପୁଅ ଓ ଗୋଟିଏ ଝିଅର ବାପା ସେ । ପୁଅ ଓ ଝିଅଙ୍କ ବାହାଘର ମଧ୍ୟ ସାରି ଦେଇଛନ୍ତି । ୬ ବର୍ଷ ପୂର୍ବେ ପତ୍ନୀଙ୍କୁ ହରାଇଥିଲେ ।
ସେହି ଗାଁର ଭଜେଶ୍ୱରୀ...ଯାହାଙ୍କୁ ବୟସ ୬୭ ଛୁଇଁଲାଣି । ଭଜେଶ୍ୱରୀଙ୍କର ମଧ୍ୟ ଦୁଇ ପୁଅ, ଝିଅ ନେଇ ପୂରା ସଂସାରଟିଏ ଅଛି l ଦେଢ଼ ବର୍ଷ ତଳେ ଭଜେଶ୍ୱରୀ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ହରାଇଛନ୍ତି । ସ୍ୱାମୀଙ୍କ ଦେହାନ୍ତ ପରେ ଏ ସ୍ୱାର୍ଥବାଦୀ ଦୁନିଆରେ ଭଜେଶ୍ୱରୀ ସାହାରା ଖୋଜି ବୁଲୁଥିବା ବେଳେ ଶକ୍ତିଙ୍କ ସହିତ ଦେଖା ହୋଇଥିଲା ।
ଉଭୟ ବିଲରେ ଧାନ କାଟୁଥିବାବେଳେ ପରସ୍ପରଙ୍କ ପ୍ରେମରେ ପଡ଼ିଯାଇଥିଲେ । ଆଉ ବାହା ହେବା ପାଇଁ ନିଷ୍ପତ୍ତି ନେଲେ । ଏହି ଖବର ଜାଣିଲା ପରେ ଭଜେଶ୍ୱରୀ ଓ ଶକ୍ତିଙ୍କ ପୁଅ, ବୋହୂ ଓ ଝିଅମାନେ ପ୍ରତିବନ୍ଧକ ସାଜିଥିଲେ । ହେଲେ କାହା କଥା ଶୁଣିଲେ ନାହିଁ ଏହି ୨ ଲଭବାର୍ଡ । ଆଉ ଶେଷରେ ସ୍ଥାନୀୟ କାକଟପୁର ଜଗନ୍ନାଥ ମନ୍ଦିରରେ ଉଭୟ ବରଣାମାଳା ପିନ୍ଧାଇ ବିବାହ କରିଛନ୍ତି ।
ତେବେ ଦର୍ଶକବନ୍ଧୁ ଆମେ ଏଠି ଗୋଟେ କଥା କହିବାକୁ ଚାହିଁବୁ ଯେ ଏ ଘଟଣାକୁ ନେଇ ଅନେକ ଲୋକ ଅନେକ କଥା କହିବେ । କିନ୍ତୁ ପରିଣତ ବୟସରେ ଏକ ନୂଆ ଆରମ୍ଭ କରିବା ଠିକ୍ ନା ଭୂଲ୍ ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।