ହାଇକୋର୍ଟଙ୍କର ନିର୍ଦ୍ଦେଶ ମଧ୍ୟ ରହିଛି ଏହି ଘେରି ଗୁଡିକୁ ସମ୍ପୂର୍ଣ୍ଣ ଉଛେଦ କରିବା ପାଇଁ କିନ୍ତୁ ସରକାରୀ ଅର୍ଥ ଅପଚୟ କରି କେବଳ ଧର୍ମକୁ ଆଖିଠାର ମାରିବା ଭଳି ପ୍ରତ୍ୟକ ବର୍ଷ ଜିଲ୍ଲା ପ୍ରସାସନ ଓ ସ୍ଥାନୀୟ ତହସିଲ ପ୍ରଶାସନ ଉଛେଦ କରୁଛି କିନ୍ତୁ ଉଛେଦ ହେବାର ପରଦିନ ପୁଣି ଘେରି ଗଢି ଉଠୁଛି । ଯାହା ଫଳରେ ଭିତର କନିକା ଜୈବ ବିଭିଧତା ଉପରେ ସଙ୍କଟ ଦେଖା ଦେଇଛି । ଚିଙ୍ଗୁଡ଼ି ଘେରିରୁ ନିଗ୍ରତ ରାସାୟନିକ ଜଳ ନଦୀ ଜଳରେ ମିଶିବା ଦ୍ୱାରା ପ୍ରକୃତିର ଦାନ କୁହାଯାଉଥିବା କୁମ୍ଭୀର, ଡ଼ଲଫିନ ଆଦି ଜଳ ଯିବ ଅକାଳରେ ମୃତ୍ୟୁ ବରଣ କରୁଥିବା ଦେଖିବାକୁ ମିଳୁଛି । ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ବିଧାୟକ ଥିବା ସମୟରେ ବିଧାନସଭା ଉଠଇଥିଲେ l ଯାହାକୁ ନେଇ ତୀବ୍ର ବିରୋଧ କରିଛନ୍ତି ପରିବେଶ ବିତ ମାନେ ।
ତେବେ ସେପଟେ ଚିଙ୍ଗୁଡ଼ି ଘେରି କରିବା ଲାଗି ପରିବେଶ ଆଇନ ସନମତ ମଞ୍ଜୁରୀ ଲାଗି ଆବେଦନ କରାଯାଇଛି । ଏହି ଘେରି କୌଣସି ବେଆଇନ ନୁହେଁ । ଆମେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଘେରି କରିଛୁ ପ୍ରସାସନ କିଛି ନବୁଝି ଆମ ଘେରିକୁ ଉଛେଦ କରିଦେଉଛି ବୋଲି କହିଛନ୍ତି ଚିଙ୍ଗୁଡ଼ି ଘେରି ମାଲିକ ମାନେ ।
ତେବେ ଏହି ବେଆଇନ ଚିଙ୍ଗୁଡ଼ି ଘେରି ବିରୁଦ୍ଧରେ ପରିବେଶ ବିତ ମାନେ ହାଇକୋର୍ଟ ଓ ଦ୍ବାରସ୍ତ ହୋଇସାରିଛନ୍ତି । ହାଇକୋର୍ଟଙ୍କର ନିର୍ଦ୍ଧେଶ ପରେବି କିଭଳି ଏହି ଚିଙ୍ଗୁଡ଼ି ଘେରି ଗଢି ଉଠୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଚିଙ୍ଗୁଡ଼ି ଘେରିକୁ ସଲଗ୍ନ ରହିଛି ବନ ବିଭାଗର କାର୍ଯ୍ୟାଳୟ କିନ୍ତୁ ନିୟମ ନିୟମ ବାଟରେ । କଟକଣା କରିବା ଲୋକ କରୁଛି ସଲା ସୁତୁରା । ତାଗିଦ କରିବା ବଦଳେ ବନବିଭାଗ ଓ ସ୍ଥାନୀୟ ଜିଲ୍ଲା ପ୍ରସାସନ ଯୋଗାଉଛି ସୁରକ୍ଷା । ସରକାରୀ ବାବୁ ମାନେ କେବଳ ଲୋକ ଦେଖାଣିଆ କାର୍ଯ୍ୟନୁଷ୍ଠାନ କରି ଭିତରେ ମାଲାମାଲ ହେଉଥିବା ଅଭିଯୋଗ ହୋଇଛି । ଓଡ଼ିଶାର ଐତିହ ବହନ କରୁଥିବା ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କେନ୍ଦ୍ରାପଡାର ଭିତର କନିକା ଜାତୀୟ ପ୍ରାଣୀ ଉଦ୍ୟାନ ଓ ତା ମଧ୍ୟରେ ରହୁଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଆଜି ଚିଙ୍ଗୁଡ଼ି ଘେରିର ରାସାୟନିକ ଜଳ ଓ ବାୟୁ ଯୋଗୁ ଅଣନିଶ୍ୱାସୀ ହେଉ ଜୀବନ ହରାଇଥିବା ବେଳେ ମାଲାମାଲ ହେଇଥିବା ଚିଙ୍ଗୁଡ଼ି ମାଲିକ ।