ସେଠାରେ ଜଣେ ରାମୁ ନାମକ ତେଲୁଗୁ ଦଲାଲ ଙ୍କ କବ୍ଜାରେ ପଡିଯିବା ପରେ ଦଲାଲ ରାମୁ ଏହି ଚାରିଜଣ ସାଙ୍ଗଙ୍କୁ ଚାକିରୀ କରାଇ ଦେବା ନାଁରେ କୌଶଳ କ୍ରମେ କାବୁ କରି ମାଣିକ ବସ୍ତିରେ ରଖି 2ଦିନ ଖାଇବାକୁ ଦେବା ପରେ 3ଦିନ ପରେ ଏମାନଙ୍କୁ ବାନ୍ଧି ଅତର୍କିତ ମାଡ଼ ମାରିବା ସହ ହାତ ଗୋଡ଼ ବାନ୍ଧି ପକାଇ ମୋବାଇଲ ଛଡାଇ ନେଇଥିଲେ। ପରଦିନ ଏକ ମାଛ ଧରା ବୋଟରେ ସମୁଦ୍ର ମୁହାଣ କୁ ନେଇ ସେଠାରେ ମାଛ ଧରା କାର୍ଯ୍ୟରେ ନିୟୋଜିତ କରାଯାଉଥିଲା।
ଏହି ପରି ଦୁଇ ମାସ ବିନା ଦରମାରେ କାମ କରାଇଥିଲେ। ଗତ ଶୁକ୍ରବାର କେନ୍ଦ୍ରାପଡ଼ା ଜିଲ୍ଲାର 4ଜଣ ଯୁବକ ଦରମା ମାଗିବାରୁ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଅତର୍କିତ ମାଡ଼ ମରାଯାଇଥିଲା। ଚତୁରତା ସହ ବଡ଼ପାଳ ଗ୍ରାମର ମଙ୍ଗୁଳି ମଳିକ ସେହି ଦିନ ବିଳମ୍ବିତ ରାତିରେ ମାଣିକ ବସ୍ତିରୁ ଖସି ପଳାଇ ଆସିବାରେ ସକ୍ଷମ ହୋଇଥିଲା। ତେବେ ତିନି ଦିନ ବିଭିନ୍ନ ସ୍ଥାନରୁ ଭିକ୍ଷା ବୃତ୍ତି କରି ନିଜ ଗାଁ କୁ ସୋମବାର ଫେରିବା ପରେ ସମସ୍ତ ଘଟଣା ସାମ୍ନା କୁ ଆସିଛି। ତେବେ ଆଉ ତିନି ଜଣ ସାଙ୍ଗଙ୍କୁ କିପରି ଉଦ୍ଧାର କରାଯିବ ଏନେଇ ମଙ୍ଗୁଳି ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଜାରିରଖିଛି।
ଓଡିଶା ଖବର ଆହୁରି ପଢନ୍ତୁ