ଏହାପରେ ସେମାନଙ୍କୁ ଦିଲ୍ଲୀ ନେଇଥିଲା । ମାତ୍ର ସେଠାରୁ ଦଲାଲ ଜଣକ ଚମ୍ପଟ ମାରିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୬ଜଣ ଯୁବକ ନିରାଶ ହୋଇ ଗାଁକୁ ଫେରିଥିଲେ। ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ନ୍ୟାୟ ପାଇଁ ଆଜି ଯୁବକମାନେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।
କୁଏତରେ ଚାକିରୀ କରାଇ ଦେବା ନାଁରେ ଦଲାଲ ଠକିନେଲେ 26ଲକ୍ଷ

ଅର୍ଗସ ବ୍ୟୁରୋ : କୁଏତରେ ଚାକିରୀ କରାଇ ଦେବା ନାଁରେ ଦଲାଲ ଠକିନେଲେ 26ଲକ୍ଷ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଂଚଳରେ । ଦଲାଲ ଜଣକ ହେଲେ ଆଳି ଥାନା ବେଲସରପୁର ଗ୍ରାମର ଅମୁଲ୍ୟ ମଳିକ । ଅମୁଲ୍ୟ ନିଜକୁ ଜଣେ କୁଏତର ଠିକାଦାର କହି ଆଳି ଅଂଚଳର 26ଜଣ ବେକାର ଯୁବକଙ୍କୁ ଚାକିରୀ କରାଇ ଦେବା ନାଁରେ 26ଲକ୍ଷ ଆଦାୟ କରିଥିଲା ।
Download Argus News App
