ତେବେ ପ୍ରତି ଗ୍ରାମରେ ଆଶା ଗୃହ ନିର୍ମାଣ, ମାସର ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରିବା, ଆଶାକର୍ମୀଙ୍କୁ ପଦୋନ୍ନତି ଦେବା, ମୃତ୍ୟୁ କାଳୀନ ସହାୟତା ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ଅବସର ପରେ ୧୫ ହଜାର ଟଙ୍କା ପେନସନ୍ ପ୍ରଦାନ କରିବା ଆଶାକର୍ମୀଙ୍କ ସର୍ବନିମ୍ନ ଦରମା ୨୬ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଆଶାକର୍ମୀ ସଂଘ ଦାବି କରିଛି l ନାନା ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଆଶାକର୍ମୀଙ୍କ ଦାବି ପୂରଣରେ ସରକାର ବିଫଳ ହେଲେ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ସଂଘର ଜିଲ୍ଲା ସମ୍ପାଦିକା କାନ୍ତି ପ୍ରଭା ନାୟକ କହିଛନ୍ତି l
ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କଲେ ଆଶାକର୍ମୀ

ଅର୍ଗସ ବ୍ୟୁରୋ : ନିଖିଳ ଓଡିଶା ଆଶାକର୍ମୀ ସଂଘ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଜିଲ୍ଲାର ସମସ୍ତ ବ୍ଲକର ଆଶାକର୍ମୀ ମାନେ ତିନିମୁହାଣୀ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିଥିଲେ l
Download Argus News App
