ତିନି ଜଣଙ୍କ ଘରୁ କଳାକନା ବୁଲାଇଲେ ଚୋର

ଅର୍ଗସ ବ୍ୟୁରୋ : ଗୋଟାଏ ରାତିରେ ତିନିଜଣଙ୍କ ଘରୁ କଳାକନା ବୁଲାଇଲେ ଚୋର । ଘଟଣା ହେଉଛି ଆଳି ଥାନା ଅନ୍ତର୍ଗତ କଳସପୁର ଜେନାସାହି ଗାଁର । ଗତକାଲି ବିଳମ୍ବିତ ରାତ୍ରିରେ ଚୋରମାନେ କଳସପୁର ଜେନାସାହି ଗାଁର ବନମାଳି ସାହୁ, ନିର୍ମଳ ମହାକୁଳ ଓ କେଦାର ଜେନାଙ୍କ ଘରେ ପଶି ଚୋରମାନେ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଓ ପିତଳ ବାସନ ଚୋରି କରିନେଇଥିବା ଜାଣିବାକୁ ପାଇଥିଲେ । ତେବେ ଏନେଇ ତିନି ପରିବାର ଆଳି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
Download Argus News App
