ଅଧିକ ପଢନ୍ତୁ ଓଡ଼ିଶା ଖବର
ପରିଣତ ବୟସରେ ନିଜ ସନ୍ତାନ ମାନଙ୍କ କର୍ତ୍ତବ୍ୟ ସେବା ବଦଳରେ ନିର୍ଯ୍ୟାତନାର ଶିକାର ହୋଇ ସାହାରା ପାଇଛନ୍ତି ଏହି ଜରାନିବାସରେ । ନିଜର ରକ୍ତର ସମ୍ପର୍କ ପର କରିଦେବାପରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୦ରୁ ୨୫ ଅନ୍ତେବାସୀ ନିଜ ନିଜର ଦୁଃଖ ସୁଖ ବାଣ୍ଟି ପରସ୍ପରକୁ ଆପଣେଇ ନେଇଛନ୍ତି । ଆଉ ବିକଳ୍ପ ନଥିବାରୁ ସେମାନଙ୍କ ସାହାରା ପାଲଟିଛି ରିଘାଗଡ ସ୍ଥିତ ଏହି ଜରାନିବାସ ।
ଆମେ ଆଜି କହୁଛୁ ଏମିତି ଜଣେ ଦରଦୀ ମଣିଷ ଗିରିଧାରୀ ସେଠୀଙ୍କ କଥା, ଘର ତାଙ୍କର ରାଜନଗର ବ୍ଲକ ଢୋଲମରା ଗାଁରେ । ବାହାରେ ଦାଦନ ଖଟି ବେଶି ରୋଜଗାର ନଥିଲେ ବି ଅସହାୟ ଵୃଦ୍ଧ ବୃଦ୍ଧାଙ୍କୁ ଯେଉଁଠି ବା ଦେଖିଲେ ଅଟକିଯାନ୍ତି । ପାଖରେ ପହଞ୍ଚି ଆତ୍ମୀୟତା ସହିତ ମିଶି ସେମାନଙ୍କ ସହ ଦୁଃଖସୁଖରେ ପାଖରେ ଛିଡ଼ି ହୋଇଥାନ୍ତି । ଦାଦନ ଭାବେ ନିଜର ସ୍ୱଳ୍ପ ରୋଜଗାର ଥାଇ ମଧ୍ୟ ଗାଁରେ ରହୁଥିବା ଵୃଦ୍ଧ ବାପା ମାଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ଆଜି ପ୍ରତିଫଳିତ କରାଇଛନ୍ତି ରିଘାଗଡସ୍ଥିତ ଜରାନିବାସରେ ପହଞ୍ଚି । ଜରାନିବାସର ଅନ୍ତେବାସୀ ବୃଦ୍ଧା ବାପା ମାମାନଙ୍କ ମୁହଁରେ ଟିକିଏ ହସ ଫୁଠାଇବା ପାଇଁ ପ୍ରୟାସ କରିଛନ୍ତି ଗିରିଧାରୀ । ଗିରିଧାରୀଙ୍କ ଏପରି ମହତ କାମ ପାଇଁ ଏବେ ସବୁରି ମୁହଁରେ ତାଙ୍କର ପ୍ରଶଂସା ଓ ଚର୍ଚ୍ଚା । ସେ ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ପାଲଟିଛନ୍ତି ।