ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିପରି ଦେଉଳସାହି ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପରେ ନିୟୋଜିତ ଏକ ଘରୋଇ କମ୍ପାନୀର କଣ୍ଟେନର ଓ ଟେଣ୍ଡ ଭାଙ୍ଗି ଚୁରମାର ହୋଇଯାଇଥିବା ଓ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି l ଅଶୋକ ବଜାର ଚନ୍ଦନ ପୋଖରୀ ଛକ ଓ ଅଶୋକ ବଜାର ଥାନା ଛକ ତଥା ଓଳାଭର ରାସ୍ତାରେ ବଡ଼ବଡ଼ ଗଛ ଉପୁଡି ପଡିବା ଫଳରେ ଯାତାୟତ ପାଇଁ ଜନ ଜୀବନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ବଳରାମପୁର ନିକଟରେ ବିରାଟ ବରଗଛ ଓଲଟିବା ସହିତ ବିଦ୍ୟୁତ ତାର, ଖୁଣ୍ଟ, ଟ୍ରାନ୍ସଫର୍ମର ଉପୁଡି ପଡିବା ଫଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।
ପ୍ରତ୍ୟକ ଜାଗାରେ ଦମକଳ ବାହିନୀ ନିୟୋଜିତ ହୋଇ ରାସ୍ତାରୁ ଗଛ କାଟି ସଫା କରୁଥିବା ଦେଖିବାକୁ ମିଳିଛି l ଅନେକ ଜାଗାରେ ଗଛ ଉପୁଡି ପଡିବା ଫଳରେ ବଡ଼ ବଡ଼ ଗାଡି ମଟର ଅଟକି ରହିଥିବା ଦେଖିବାକୁ ମିଳୁଛି । ସେହିଭଳି ଆଳି ଚୂନବନ୍ଧ ଗ୍ରାମର ଭ୍ରମର ବେହରାଙ୍କ ଘର କାଳବୈଶାଖୀରେ ବିଜୁଳି ମାରିବା ଦ୍ୱାରା ଚାଳ ଛପର ଘର ଜଳି ଯାଇଥିବା ଦେଖିବାକୁ ମିଳିଛି । ସୌଭାଗ୍ୟ ବଶତଃ ଅଗ୍ନିକାଣ୍ଡ ସମୟରେ ଘରେ ଝିଅ ମାମିନା ଘର ଭିତରେ ଥିବା ବେଳେ ସେ ଘରୁ ଦୌଡ଼ି ପଳେଇ ଆସିଥିବା କୁହନ୍ତି ।