ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି କଥା ଶୁଣିବା ପରେ ପରିବାର ଉପରେ ପଡିଛି ଦୁଃଖର ପାହାଡ଼ । ଯେଉଁ ବୟସରେ ଝିଅ ସାଙ୍ଗ ସାଥି ମାନଙ୍କ ସହିତ ହସ ଖୁସିରେ ଖେଳିବା ସହ ପାଠ ପଢିବା କଥା, ସେ ସମୟରେ ବିଛଣାରେ ପଡି ରହିଛି ଝିଅ । ଏହା ଦେଖି ବାପା ମାଙ୍କ ଆଖିରୁ ଶୁଖୁନି ଲୁହ । ମିନତୀ ଜଣେ ମେଧାବୀ ଛାତ୍ରୀ, ସେ ଯୁକ୍ତ ଦୁଇ ପାସ କରିବା ପରେ ଜିଦ ଧରିଥିଲେ ପାଠ ପଢ଼ିବି, ଚାକିରି କରିବି ପୁଅ ମାନଙ୍କ ଭଳି ବାପା ମାଙ୍କ ସେବା କରିବି । ହେଲେ ବାପାଙ୍କ ପାଖରେ ଟଙ୍କା ନଥିବାରୁ ସେ କହିଥିଲେ ଯେ ଆଗବର୍ଷ ତତେ ପାଠ ପଢାଇବୁ । ହେଲେ ଏହି ସମୟରେ ମିନତୀର ଦେହ ଖରାପ ହେଲା ବାପା ପାଖରେ ଟଙ୍କା ନଥିବାରୁ ଆରମ୍ଭରୁ ଚିକିତ୍ସା କରାଇ ପାରିଲେ ନାହିଁ । ଯାହା ଫଳରେ ତାଙ୍କର ଦୁଇଟି ଯାକ କିଡ଼ନୀ ନଷ୍ଟ ହୋଇଯାଇଛି ।
ସେ ଏବେ ବିଛଣାରେ ପଡି ରହିଛନ୍ତି । ଔଷଧ ଖାଇବାକୁ ଟଙ୍କାଟିଏ ନାହିଁ । ରୋଗ ଶଯ୍ୟାରେ ପଡି ମଧ୍ୟ୍ୟ ପାଠ ପଡିବାକୁ ଜିଦ ଧରିଛନ୍ତି ମିନତୀ । ପରିବାର ପକ୍ଷରୁ ଆକୁଳ ନିବେଦନ କରିଛନ୍ତି ଯେ ସରକାରୀ ଓ ସହ ହୃଦୟ ବ୍ୟକ୍ତି ଯଦି ସାହାଯ୍ୟ ର ହାତ ବଢ଼ାନ୍ତେ ତାହାଲେ ସେ କିଛିଦିନ ବଞ୍ଚି ଯାନ୍ତେ l ଯଦି ସରକାରି କିମ୍ବା ସହହୃଦୟ ବ୍ୟକ୍ତି କିଛି କିଛି ଯଦି ସାହାଯ୍ୟ କରିବାକୁ ପରିବାର ଓ ଗାଁ ଲୋକମାନେ ନିବେଦନ କରିଛନ୍ତି l ଏହି ଟିକେ ସାହାଯ୍ୟ ମିନତୀ ମୁହଁରେ ହସ ଫୁଟାଇ ପାରିବ । ଯୋଗାଯୋଗ କରିବାର ଠିକଣା ହେଲା... ବାସୁଦେବ ସାହୁ, ବ୍ୟାଙ୍କ ଅଫ ଇଣ୍ଡିଆ, ରାଜକନିକା, Ac.557510110012222, Ifsc code.BkIdooo5575, ମୋବାଇଲ ନମ୍ବର ୯0୪0୬0୨୬୭୨ ଏହି ନମ୍ବରରେ ଆପଣ ସାହାଯ୍ୟ କରିପାରିବେ ।