ଏଠାରେ ରହୁଥିବା ପ୍ରାୟ ଦେଢ ହଜାରରୁ ଅଧିକ ଲୋକ ବିଭିନ୍ନ ସମୟରେ ଜ୍ବର, ଝାଡାବାନ୍ତିରେ ଆକ୍ରାନ୍ତ ହେଉଥିଲେ । ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ଶ୍ରଦ୍ଧାଞ୍ଜଳି ମଲିକ ଓ ସମିତିସଭ୍ୟ ଭାବେ ପ୍ରବେଶନ ମଲିକ ବିଜୟୀ ହେବାପରେ ସମସ୍ୟାର ସମାଧାନ କରିବା ପାଇଁ ଅଣ୍ଟା ଭିଡିଥିଲେ । ହେଲେ ପ୍ରଶାସନ ସହଯୋଗ ନ କରିବାରୁ ବାଧ୍ୟ ହୋଇ ଭିକ୍ଷାବୃତ୍ତି କରିଛନ୍ତି ।
ନିର୍ବାଚିତ ଜନ ପ୍ରତିନିଧିଙ୍କ ନୂଆ ରୂପ । ପ୍ରଶାସନ ସହଯୋଗ ନକରିବାକୁ ଏବେ ନିଜର ପ୍ରଚେଷ୍ଟାରେ ଜନତାଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ । ଗତ ଅଗଷ୍ଟ ୨୯ ତାରିଖରେ ରାଜକନିକା ବ୍ଲକ ପରିସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତୁରନ୍ତ ସର୍ପାବାଦ ଦାଣ୍ଡି ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରଦିନ ବ୍ଲକରୁ କନିଷ୍ଠ ଯନ୍ତ୍ରୀ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଏହି ସ୍ଥାନକୁ ଯାଇ କାମ ଆରମ୍ଭ କରିବା ପାଇଁ ଏହି ଦୁଇ ଜନ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିଜ ପକେଟର ପଇସା ଖର୍ଚ୍ଚ କରି ଦୁଇଜଣ ବାଲି ଓ ମେଣ୍ଟାଲ ପକାଇବା କାମ ଆରମ୍ଭ କରିଥିଲେ ।
କିନ୍ତୁ ଏହାର ଗୋଟିଏ ଦିନ ପରେ କାମ ହୋଇପାରିବନି ବୋଲି ମନା କରିଥିଲା ପ୍ରଶାସନ । ସେଥିପାଇଁ ନିଜେ ଭିକ୍ଷାବୃତ୍ତି କରି ରାସ୍ତା କାମ ସାରିବାକୁ ଘର ଘର ବୁଲୁଛନ୍ତି ଦୁଇ ଜଣ । ଦରକାର ପଡ଼ିଲେ ବାହାର ଗାଁକୁ ଯାଇ ସେମାନେ ଭିକ୍ଷା ମାଗିବେ ବୋଲି କହିଛନ୍ତି ସରପଞ୍ଚ ଓ ସମିତିସଭ୍ୟ । ଜନ ପ୍ରତିନିଧିଙ୍କ ଭିକ୍ଷା ମାଗିବା ଘଟଣାକୁ ସମର୍ଥନ କରିଛନ୍ତି ଗ୍ରାମବାସୀ । ଜଣେ ବିଧବା ମହିଳା ନିଜ ସଞ୍ଚିତ ଅର୍ଥରୁ କିଛି ଟଙ୍କା ଏମାନଙ୍କୁ ଭିକ୍ଷା ଆକାରରେ ଦେଇଛନ୍ତି । ଏମିତିକି ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ପାଳିଥିବା ଗାଈଟିକୁ ବିକ୍ରି କରି ଟଙ୍କା ଦେବେ ବୋଲି କହିଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।