ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ତାଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକେ ତାଙ୍କୁ ଚାରି ଆଡ଼େ ଖୋଜା ଖୋଜି କରିଥିଲେ କିନ୍ତୁ ତାଙ୍କ ସଂପର୍କରେ କୌଣସି ଖବର ପାଇ ନ ଥିଲେ । ଆଜି ତାଙ୍କ ଗାଁ ଲୋକେ ସକାଳୁ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ରାମକୃଷ୍ଣଙ୍କ ମୃତ ଦେହ ଗଛରେ ଝୁଲୁଥିବାର ଦେଖିଥିଲେ ।
ଏକ ନୂଆ ପ୍ଲାଷ୍ଟିକ ଦଉଡ଼ିରେ ତାଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏ ନେଇ ପୋଲିସକୁ ସୂଚନା ଦିଆଯିବା ପରେ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ, ଏହା ପଛର କାରଣ ଅସ୍ପଷ୍ଟ ରହିଛି ।