ବିଶ୍ଵର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ଭାରତୀୟ ଛାତ୍ରୀ
କେନ୍ଦୁଝର: ମାସ୍କ ନପିନ୍ଧିବାରୁ ଗୋଟିଏ ଦିନରେ 24500 ଆଦାୟ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଉପଖଣ୍ଡରେ ମାସ୍କ ନ ପିନ୍ଧି ବାହାରକୁ ବାହାରିଥିବା ଅମାନିଆଙ୍କ ଠାରୁ ଗୋଟିଏ ଦିନରେ ମୋଟ 24500 ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏ ନେଇ ବଡ଼ବିଲ ଏସ୍ ଡି ପି ଓ ସତ୍ୟବିକାଶ ଭୂୟାଁ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ରେ ବଡ଼ବିଲ ଥାନା ପକ୍ଷରୁ 25 ଜଣଙ୍କ ଠାରୁ 12500 ଟଙ୍କା, ଯୋଡ଼ା ଥାନା ପକ୍ଷରୁ 18 ଜଣଙ୍କ ଠାରୁ 9000 ଟଙ୍କା ଓ ବଲାଣି ଥାନା ପକ୍ଷରୁ 6 ଜଣଙ୍କ ଠାରୁ 3000 ଟଙ୍କା ଅର୍ଥ ଦଣ୍ଡ ବାବଦରେ ଆଦାୟ କରାଯାଇଥିବା ନେଇ ସୂଚନା ଦେବା ସହିତ ଟ୍ୱିଟ ମାଧ୍ୟମରେ ଜଣ ସଚେତନତା ସୃଷ୍ଟି କରିଛନ୍ତି । ତେବେ ଏହି ଟ୍ୱିଟ ମାଧ୍ୟମରେ ଜନସଚେତନତା ସୃଷ୍ଟି ହେବା ସହିତ ଜନସାଧାରଣ ମାସ୍କ ପିନ୍ଧି ବାହାରକୁ ବାହାରିଲେ ଏହି ଅର୍ଥ ଦଣ୍ଡରୁ ରକ୍ଷା ପାଇପାରିବେ ।
Download Argus News App
