ଘଷିପୁରା ଥାନା କଲରାଗଡିଆ ଗାଁରେ ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ବଜ୍ରପାତରେ ଜଣେ ମୃତ । ଘଷିପୁରା ଥାନା କଲରାଗଡିଆ ଗାଁରେ ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଗାଁର ଶ୍ରୀରାମ ନାୟକ।ଗତକାଲି ରାତିରେ ଗାଁ ନିକଟ ବୈତରଣୀ ନଦୀ କୂଳକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ବଜ୍ରପାତ ଘଟି ଥିଲା । ସ୍ଥାନିୟ ଲୋକଙ୍କ ଉଦ୍ୟମରେ ତାଙ୍କୁ ସେଠାରୁ ଅଗ୍ନିଶମ ବିଭାଗ ସହାୟତା ରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
Download Argus News App
