ମନ ଭିତରେ ରାଗ ରଖି ଉପରେ ଭଲ ଭାବରେ ବୈଦ୍ୟନାଥ ସହିତ ମିଶିଥିଲା ବିଜୁ । ଯୁଗଳକିଶୋରପୂର୍ ଠାରେ ଫୁଟବଲ୍ ଖେଳ ଚାଲୁଥିବା ବେଳେ ଉଭୟେ ଖେଳ ଦେଖିବାକୁ ଆସିଥିଲେ । ଯିବା ବାଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୈଦ୍ୟନାଥକୁ ପଥର ମାରି ଆକ୍ରମଣ କରିଥିଲା ବିଜୁ । ଆକ୍ରମଣ ପରେ ବଡ ପଥର ନେଇ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ ।
ହାଣ୍ଡିଆ ନ ଦେବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ଅର୍ଗସ ବ୍ୟୁରୋ : ହାଣ୍ଡିଆ ନ ଦେବାରୁ ମନ ଭିତରେ ରାଗ ରଖି ସାଙ୍ଗକୁ ହତ୍ୟା କଲା ସାଙ୍ଗ। ଚଳିତ ମାସ ୭ ତାରିଖ ଦିନ ଘଷିପୁରା ଥାନା ଜାମୁବହାଳି ନିକଟରେ ଘଟିଥିଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଝିଙ୍କିପିଟା ଗାଁର ବୈଦ୍ୟନାଥ ମାରାଣ୍ଡିକୁ ପଥରରେ ଛେଚି ହତ୍ୟା କରିଥିଲା ବିଜୁ ମାରାଣ୍ଡି । ଖବର ଅନୁଯାୟୀ ଗତବର୍ଷ ଗମ୍ହା ପୂର୍ଣ୍ଣିମାରେ ଆଦିବାସୀଙ୍କ ପୂଜା ଚାଲିଥିବା ବେଳେ ବୈଦ୍ୟନାଥଙ୍କୁ ହାଣ୍ଡିଆ ପିଇବାକୁ ମାଗିଥିଲା ବିଜୁ । ହେଲେ ପୂଜା ସରିବା ପରେ ହାଣ୍ଡିଆ ଦବାକୁ କହିଥିଲା ବୈଦ୍ୟନାଥ । ଝଗଡ଼ାର ସୂତ୍ରପାତ ହେଇଥିଲା ସେଇ ଦିନଠାରୁ ।
Download Argus News App
