ଏମାନେ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରୀକରି ନିଜ ପରିବାରର ଗୁଞ୍ଜୁରାଣ ମେଣ୍ଟାଇଥାନ୍ତି, ଏହି ଗାଁର ବଡ ସମସ୍ୟା ଆବାସ । ଆବାସ ଯୋଜନାରେ ସାମିଲ ହୋଇପାରିଲେ ନାହିଁ ଗ୍ରାମବାସୀ । ବହୁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ । ଦୀର୍ଘ ବର୍ଷ ହେବ ଏହି ଭଙ୍ଗା ଚଳିଆ ଘରେ ପରିବାର ସହ ପିଲା ଛୁଆଙ୍କୁ ଧରି ରହୁଛନ୍ତି । କେଉଁଠି ଜରିପାଲ ଟଣା ହୋଇଛି ତ କେଉଁଠି କାନ୍ଥ ଭୁଶୁଡ଼ି ଯାଇଛି ।
ଆଉ ଏକ ବଡ ସମସ୍ୟା ବହୁ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା କିମ୍ଵା ବିଧବା ଭତ୍ତା ମିଳିନାହିଁ । ବହୁବାର ଆବେଦନ କଲାପରେ ମଧ୍ୟ ଫଳ ଶୂନ । ପଞ୍ଚାୟତ ଦୌଡ଼ି ଦୌଡ଼ି ନୀୟନ୍ତ ହେଲେଣି ବହୁ ଯୋଗ୍ୟ ହିତାଧିକାରି । ଶୁଦ୍ଧ ପାନୀୟ ଜଳ ସତସପନ । ଅନ୍ଧାରକୁ ଦୂର କରିବା ପାଇଁ ସରକାର ସୋଲାର ଆଲୁଅ ଦେଇଥିଲେ କିନ୍ତୁ ସୋଲାର ଆଲୁଅ ଲାଗିବା ଦିନରୁ ଜଳୁନି କେବଳ ଲୋକଦେଖାଣିଆ ଆଲୁଅ ଲାଗିଛି । ସରକାରଙ୍କ ନିୟମ ଅଛି ଆବାସ ଯୋଜନାରେ ସରକାରଙ୍କ ପ୍ରତିନିଧି ମାନେ ଗାଁକୁ ଯାଇ ସର୍ଭେକରି ଆଦିମ ଜନଜାତିକୁ ଆବାସ ତାଲିକାରେ ସାମିଲ୍ କାରିବେ ଯାହାର ବିଜ୍ଞାପନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଛି । ନା ସରକାରଙ୍କ ପ୍ରତିନିଧି ନା ଲୋକ ପ୍ରତିନିଧି କହିବି ପହଞ୍ଚି ପାରୁନାହାନ୍ତି ଏମାନଙ୍କ ପାଖରେ ଫଳର ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଇଛନ୍ତି ଏମାନେ ।
ଆହୁରି ପଢନ୍ତୁ ଓଡିଶା ଖବର...