ତେବେ ଘଟଣାକୁ 48 ଘଣ୍ଟା ବିତିଯାଇଥିଲେ ସୁଦ୍ଧା ସ୍ଥାନୀୟ ଆଇଆଇସି କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ବିଧାୟିକା । ଦୀର୍ଘ ଦିନରୁ କେଶପୁରରେ ବିଧାୟିକାଙ୍କ ସମର୍ଥକ ଓ ତାଙ୍କ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି ।
ବିଗତ ଦିନରେ ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଘଟି ବହୁ ଲୋକ ଆହତ ହେବା ସହ ଏ ସମ୍ପର୍କରେ ମାଲି ମକଦ୍ଦମା ଚାଲୁ ରହିଛି। ଗତ 4 ଦିନ ତଳେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟିବା ନେଇ ଖଲ୍ଲିକୋଟ ଥାନାରେ ମାମଲା ରୁଜ୍ଜୁ ହୋଇଥିବାବେଳେ କିଛି ପଦକ୍ଷେପ ନିଆଯାଇନଥିଲା । ବିଧାୟିକାଙ୍କ ଘରଠାରୁ ମାତ୍ର ଦୁଇ କିମି ଦୂରରେ ଖଲ୍ଲିକୋଟ ଥାନା ଥିବାବେଳେ ଏ ପର୍ଯ୍ୟନ୍ତ ଆଇଆଇସିଙ୍କ ଦେଖା ନାହିଁ ବୋଲି ଅଭିଯୋଗ କରିଛନ୍ତି ବିଧାୟିକା।ସେପଟେ ବୋମାମାଡ଼ ଘଟଣାରେ ପୋଲିସ 6 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।.