ଅର୍ଗସ ବ୍ୟୁରୋ : ଚାଲିଛନ୍ତି ଭକ୍ତ, ଲାଗିଛି ଲମ୍ବା ଲାଇନ। ପାହାଡ ଉପରୁ ସୁଭୁଛି ବେଦ ମନ୍ତ୍ରର ଶବ୍ଦ । ହୋମଯଜ୍ଞ ଆଲୋକରେ ଆଲୋକିତ ହୋଇଛି ଖଣ୍ଡଗିରି ପାହାଡ । ସାଧୁ ସନ୍ଥଙ୍କ ସମାବେଶରେ ପରିପୂର୍ଣ୍ଣ ଖଣ୍ଡଗିରି ପାହାଡ । ଏଥର କରୋନା କଟକଣା ହଟିଥିବାରୁ ଏଥର ଲକ୍ଷାଧିକ ଲୋକଙ୍କ ସମାଗମ ହେଇଛି । ଚଳିତ ବର୍ଷ ମାଘ ମେଳାର ମୂଖ୍ୟ ଆକର୍ଷଣ ସାଜିଛନ୍ତି ଷ୍ଟାଣ୍ଡିଂ ବାବା, ଡାକ୍ତର ବାବା ଓ ନାଗା ବାବା ।
ତପ ସାଧନ ପାଇଁ ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଛନ୍ତି ସାଧୁସନ୍ଥ । ନିଜ ନିଜ ଅସ୍ଥାୟୀ ମଠରେ ହୋମଯଜ୍ଞ କରୁଛନ୍ତି ସାଧୁସନ୍ଥ । କୁମ୍ଭମେଳାର ମଜା ନେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ଶହ ଶହ ଭକ୍ତ । ପ୍ରତିବର୍ଷ ମାଘ ସପ୍ତମୀରୁ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ଖଣ୍ଡଗିରି ମେଳା ଆୟୋଜନ ହୋଇଥାଏ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।