ଖଣ୍ଡଗିରୀ ମେଳାର ଅନେକ ଆକର୍ଷଣ ଭିତରୁ ସମ୍ଭବତଃ ଏହା ସବୁଠାରୁ ରୋମାଞ୍ଚକର ଅନୁଭବ । ଯେଉଁଠି ମାଳ ମାଳ ନାଗା ସନ୍ନାସୀଙ୍କ ସମାଗମ ହୋଇଛି। ଦେହରେ ଭସ୍ମର ପ୍ରଲେପ। ବିଚିତ୍ର ବେଶଭୂଷା ଧରିଥିବା ଏହି ସନାତନୀ ସନ୍ନ୍ୟାସୀମାନେ ଅସାଧ୍ୟ ସାଧନ କରନ୍ତି। କିଏ ବଂଶୀ ବାଦନ କରନ୍ତି ତ କିଏ ଡମ୍ବରୁ ବାଦନ। କିନ୍ତୁ ସବୁଠାରୁ କଷ୍ଟକର ସାଧନ ଏହି ଗୁମ୍ଫାରେ ସାଧନା କରୁଥିବା ସନ୍ନ୍ୟାସୀମାନେ କରନ୍ତି।
ଖଣ୍ଡଗିରୀ ଗୁମ୍ଫାକୁ ନେଇ ରହିଛି ଅନେକ ଅଲୌକିକ କଥା ଓ କାହାଣୀ। ବୈଚିତ୍ୟମୟ ଉତ୍କଳର ଗାରିମା ବହନ କରୁଥିବା ଖଣ୍ଡଗିରୀର ଏହି ଗୁପ୍ତ ଗଙ୍ଗାର କଥା କିନ୍ତୁ ସବୁଠୁ ନିଆରା ସବୁଠୁ ମଜାଦାର।