ଯାତ୍ରା କଳାକାରଙ୍କ ଜୀବନ୍ତ ଅଭିନୟକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ରହିଛି ନାହିଁ ନଥିବା ଉତ୍କଣ୍ଠା । ଯାତ୍ରା ପରିବେଷଣ ପାଇଁ ଚଳିତ ବର୍ଷ ୬ଟି ଯାତ୍ରା କମିଟିକୁ ଅନୁମତି ମିଳିଥିବା ବେଳେ ବିଶ୍ଵ ଦରବାର, ତୁଳସୀ, ସାଇ ସମ୍ରାଟ, କୋଣାର୍କ, ସୂର୍ଯ୍ୟ ମହଲ, କଳିଙ୍ଗ, ଶିବାନୀ, ରଙ୍ଗ ମହଲ, ସୂର୍ଣ୍ଣ ମହଲ, ସ୍ବପ୍ନ ମହଲ ଅପେରା ଦଳ ଯାତ୍ରା ମଇଦାନକୁ ଓହ୍ଲାଇବେ । ଏବଂ ଆସନ୍ତାକାଲି ପ୍ରଥମ ସନ୍ଧ୍ୟା ରେ ସୂର୍ଯ୍ୟମନ୍ଦିର ର ନାଟକ' ଗୁମୁରି ଗୁମୁରି କାହାଣୀ କାନ୍ଦେ’ ନାଟକ ପରିବେଷଣ ହେବ।
ଏଥିସହ ଭୁଲିଜା ଯାହା ଭୁଲ୍ ହୋଇଛି’, ଓ ‘ଯମ ଯନ୍ତ୍ରଣା’ ପରି ନାଟକ ଦେଖିବାକୁ ମିଳିବା ସହ କୋଣାର୍କରେ ‘ତୋ ବିନା ମୁଁ ଅଧା’, ‘କନିଆଁ କାନ୍ଦୁଛି କୋଣାର୍କରେ’ ଓ ‘ଆଖି ଅବୁଝାକୁ ଲୁହ ଅବୁଝା’;ଏମିତି ୩ଟି ଭିନ୍ନ ସ୍ବାଦର କାହାଣୀ ପରଷିବେ ଯାତ୍ରା କଳାକାର। ଏଥିରେ ଚର୍ଚ୍ଚିତ ଖଳନାୟକ ଦୈତ୍ୟାରୀ ପଣ୍ଡାଙ୍କୁ ଦର୍ଶକ ଦେଖିବାକୁ ପାଇବେ।
ମାଘ ମେଳାରେ ରାଜ୍ୟର ଦୂରଦୂରାନ୍ତରୁ ସାଧୁସନ୍ଥମାନେ ଖଣ୍ଡଗିରିରେ ଆସି ପହଞ୍ଚିଛନ୍ତି । ବିଭିନ୍ନ ମୁଦ୍ରାରେ ସେମାନେ ଧ୍ୟାନ କରୁଛନ୍ତି । ଧୂନୀ ସ୍ଥାପନ କରି, ଦୀପ ଜଳାଇ ସାଧୁ ସନ୍ଥମାନେ ଧ୍ୟାନ ମଗ୍ନ ଅଛନ୍ତି । ବିଭିନ୍ନ ରାଜ୍ୟରୁ ଆସିଥିବା ନାଗା ବାବା ଙ୍କ ପାଖରେ ଜମୁଛି ଭକ୍ତ ଙ୍କ ଭିଡ ।ବିଭୂତି ଲଗାଇ ନେଉଛନ୍ତି ଆର୍ଶୀବାଦ।ଦୁଇ ବର୍ଷ କୋଭିଡ ପରେ ଏହି ବାବା ମାନେ ଖଣ୍ଡଗିରି ତପ ଭୂମି କୁ ଆସିଥିବାରୁ ବେଶ୍ ଖୁସି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।