ଖୋର୍ଦ୍ଧା: ଜଳିଗଲା ଆଠ ବଖରା ଘର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ସରପାରୀ ହରିଜନ ସାହିରେ । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଆଠ ବଖରା ଘର ସହ ଘରର ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି । ସରପାରୀ ହରିଜନ ସାହିର ଅଞ୍ଜଳି ନାୟକଙ୍କ ତିନି ବଖରା ଘର, କମଳିନୀ ନାୟକଙ୍କ ତିନି ବଖରା, ପଦ୍ମଚରଣ ନାୟକଙ୍କ ଦୁଇ ବଖରା ଘର ପୋଡିଯାଇଥିବା ବେଳେ କମଳିନୀ ନାୟକ ତାଙ୍କ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଆସବାବପତ୍ର ପୋଡିଯାଇଥିବାର ଦେଖାଯାଉଛି ।

ଅଗ୍ନିକାଣ୍ଡର କାରଣ ଅସ୍ଫଷ୍ଟ ଥିବାବେଳେ ଅଗ୍ନିକାଣ୍ଡରେ ଘରର ପଟା ପାଉତି ବ୍ୟାଙ୍କ ଖାତା ସମେତ ବହିପତ୍ର ବହୁଦରକାରୀ କାଗଜପତ୍ର ପୋଡିଯାଇଛି । ଖୋର୍ଦ୍ଧା ଦମକଳ ବାହିନୀ ବିଳମ୍ବରେ ପହଞ୍ଚିଲା ବେଳକୁ ନିଆଁରେ ସବୁପୋଡି ପାଉଁଶ ହୋଇଯାଇଥିଲା।
