ଗତ ଜୁନ ୧୩ତାରିଖରୁ ସେମାନଙ୍କ ସଂସାର ରେ ଆରମ୍ଭ ହେଲା ଝଡ । ଅଶୋକ ପିଙ୍କିକୁ ଛାଡି କୁଆଡେ ପଳେଇଲା । ସ୍ବାମୀକୁ ନ ପାଇ ଖାରବେଳ ନଗର ଥାନାରେ ଏତଲା ଦେଇଥିଲା ପିଙ୍କି । କିନ୍ତୁ ନ୍ୟାୟ ପାଇଲା ନାହିଁ । ଖୋଜି ଖୋଜି ଆସି ଅଶୋକର ଗ୍ରାମ ବାଘମାରିରେ ପହଞ୍ଚିଲା ।
ସେଠି କିନ୍ତୁ ସ୍ବାମୀ ଘର ପରିବାର କବାଟ ବନ୍ଦ କରିଦେଲେ । ସେଠୁ ଫେରି ବାଘମାରି ଥାନାରେ ଗୁହାରି କଲା । ସେଠି ମଧ୍ୟ ନିରାଶ । ଏବେ କିଛି ସମାଜ ସେବୀଙ୍କ ସହାୟତାରେ ସ୍ୱାମୀର ଘର ଆଗରେ ବସିଛି । ୭ବର୍ଷ ତଳେ ଭଲ ପାଇ ବାହା ହୋଇ ଥିବା ସ୍ବାମୀ ଆଜି ଜାତିଆଣ ଦେଖାଇ ସ୍ତ୍ରୀ କୁ ଗ୍ରହଣ କରୁନାହିଁ । ଅନ୍ୟ ପକ୍ଷରେ ନ୍ୟାୟ ପାଇଁ ପିଙ୍କି ବେହେରା ଲଢେଇ ଜାରି ରଖିଛି ।