ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଂଗକୁ ମୀନା ବଜାର ଓ ବିଭିନ୍ନ ଷ୍ଟଲରେ ଦର୍ଶକ ଓ ଶ୍ରଦ୍ଧାଳୁମାନଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା । ହଜାର ହଜାର ଶ୍ରଦ୍ଧାଳୁ ଦୋଳ ବିମାନରେ ଫଗୁ ପକାଇ ଠାକୁରମାନଙ୍କୁ ବିଦାୟୀ ଜଣାଇଛନ୍ତି ।
ଶେଷରେ ଧବଳେଶ୍ୱର ଦେବଙ୍କ ଛକରେ ହରିହର ଭେଟ ଅନୁଷ୍ଠିତ ହୋଇଥିଲା । ଠାକୁର ଠାକୁରାଣିଙ୍କ ଦୋଳବିମାନ ରଂଗ ବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳରେ ସଜେଇ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବାରୁ ଗ୍ରାମ୍ୟ ପଞ୍ଚୁ ଦୋଳ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ପୌର ପରିଷଦ, ବିଦ୍ୟୁତ ବିଭାଗ ଓ ସର୍ବପରି ସମସ୍ତ ଗ୍ରାମବାସୀଙ୍କୁ କମିଟିର ସଭାପତି ସଂଜୟ ସିଂ ଓ ସଂପାଦକ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...