
ମାଲକାନଗିରି: ମାଲକାନାଗିରି ଜିଲ୍ଲାର ଓରକେଲ ଥାନା ଅଧିନସ୍ତ କୁଡୁମୁଲୁଗୁମ୍ମା ଫାଣ୍ଡି ପୋଲିସକୁ ଗତକାଲି ଏକ ଅପରାଧୀକୁ ଧରିବାରେ ସଫଳତା ହାସଲ କରିଛି । ଗତ ଏପ୍ରିଲ ମାସ 7 ତାରିଖ ଦିନ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ବ୍ଲକ ଅଧିନସ୍ଥ ଧଉଡ଼ା ଗୁଡ଼ା ଗ୍ରାମର ମାଧବ ଖରା ଓ ତାଙ୍କ ଝିଅ ଲକ୍ଷ୍ମୀ ଖରାଙ୍କୁ ଏକ ହାତ ଲେଖା ଚିଠିରେ ଧମକ ଦିଆଯାଇଥିଲା ।
ସୂଚନାନୁସାରେ, ଗତ ୪ ମାସ ତଳେ ଲକ୍ଷ୍ମୀ ବାଙ୍ଗାଲୋର ସିଲେଇ କେନ୍ଦ୍ରକୁ ସିଲେଇ କାମ କରିବା ପାଇଁ ଯାଇଥିଲେ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧିନସ୍ଥ ମେକା ଗ୍ରାମର କୁମାର ପାଙ୍ଗି ନାମକ ଜଣେ ବ୍ୟକ୍ତି ଫୋନ ମାଧ୍ୟମରେ ଯୋଗାଯୋଗ କରି ଧମକ ଚମକ ଦେଇଥିଲେ । ପରେ ଲକ୍ଷ୍ମୀଙ୍କୁ ସେଠାରୁ ଅପହରଣ କରି ନେଇ ଯାଇଥିଲେ। ଏହା ପରେ ସେ ସୁଯୋଗ ପାଇ ଲକ୍ଷ୍ମୀଙ୍କ ବାପାଙ୍କୁ ଯୋଗାଯୋଗ କରିବା ପରେ ପୋଲିସ ଥାନାରେ ଏତଲା ଦାୟର କରି ବେଙ୍ଗାଲୋରରୁ ଝିଅକୁ ଉଦ୍ଧାର କରି ଆଣି ଥିଲେ। କିଛି ଦିନ ପରେ ଏକ ଲାଲ ସଲାମ ଲେଖା ଥିବା ଚିଠି ମାଧ୍ୟମରେ ଧମକ ଦେବା ସହ ଜୀବନରୁ ମାରିଦେବା ପାଇଁ ଉଲ୍ଲେଖ ଥିଲା । ମାଧବର ପରିବାର ଓ ସମସ୍ତେ ବର୍ତ୍ତମାନ ଭୟଭୀତ ହୋଇ ରହିଥିଲେ। ବର୍ତମାନ ପୁଣି ଆଉ ଥରେ ଆମେ ଆପଣଙ୍କୁ ଆପଣଙ୍କୁ ସେହି ଚିଠି ଦେଖାଉଛୁ ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗତ 30 ତାରିଖ ରାତି 2 ଟା ସମୟରେ S.I କୁର୍ତ୍ତିବାସ ବେହେରା , 2 ଜଣ ପୋଲିସ କନେଷ୍ଟବଲ, 3 ଜଣ ହୋମଗାର୍ଡ,ସହ ମିଳିତ ଅପରେସନରେ ଆସାମୀକୁ କାବୁ କରି ଗିରଫ କରିଥିଲେ । ଧାରା 498A,494,323,506, IPC 4DPF ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।
