ଗାଁରେ ଆଜିଯାଏ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇନାହିଁ । ଜଳ ଯୋଗାଣ ପାଇଁ ପ୍ରଶାସନ ତରଫରୁ ପାଣିଟାଙ୍କି ନିର୍ମାଣ କାମ ହୋଇଥିଲେ ମଧ୍ୟ ଠିକାଦାର ଓ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଜଳ ଯୋଗାଣ ପ୍ରକଳ୍ପ କାମ ଅଧା ପନ୍ତରିଆ ପଡିରହିଛି । ସେପଟେ ଘଟଣାକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୁଝାରି ଗୁରୁତର ସହ ନେବା ସହ ରୋଗରୁ ଉଦ୍ଧାର କରିବାକୁ ଲୋକେ ଦାବି କରିଛନ୍ତି । ପିଇବା ପାଣି ସମସ୍ୟାର ସମାଧାନ ସହ କିଡନୀ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ଜରୁରୀ ହୋଇ ପଡିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର