ଆଜି ଘଟଣା ସ୍ଥଳରେ ବଡ଼ବିଲ ଏସଡିପିଓ ଓ ଅନ୍ୟ ପୋଲିସ୍ ଅଧିକାରୀଙ୍କ ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଘଟଣା ସ୍ଥଳରେ ଦୁର୍ବୃତ୍ତଙ୍କ ଜ୍ୟାକେଟ ଜୋତା ଓ ଟୋପି, ପ୍ରଭୃତି ପଡ଼ିରହିଥିବା ବେଳେ, ଏକ ଦାଉଲୀ ପାଚେରୀ ନିକଟରେ ଛାଡ଼ି ପଳାଇଛନ୍ତି ଦୁର୍ବୃତ୍ତ। ପୋଲିସ୍ ସନ୍ଦେହରେ ୩/୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି। ମୃତ ଦମ୍ପତିଙ୍କ ପୁଅ ହିମାଂଶୁଙ୍କ କହିବା ଅନୁଯାୟୀ, ପ୍ରଥମେ ଜଣେ ଆସି ବାପା ଲକ୍ଷ୍ମୀଧରଙ୍କୁ ୧ ଲିଟର ପେଟ୍ରୋଲ ମାଗିଥିଲେ । ଲକ୍ଷ୍ମୀଧର ତାଙ୍କୁ ପେଟ୍ରୋଲ ଦେବା ପରେ ସେ ପୁଣି ଆଉ ୧ ଲିଟର ପେଟ୍ରୋଲ ମାଗିଥିଲେ ଏହି ସମୟର ପାଚେରୀ ଡେଇଁ ଘର ଅଗଣାରେ ପ୍ରବେଶ କରି ଥିଲେ ଅନ୍ୟ ୩ଜଣ ଦୁର୍ବୃତ୍ତ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଏହି ସମୟରେ ପାଟିତୁଣ୍ଡ ଶୁଣି ପୁଅ ହିମାଂଶୁ ଓ ସ୍ତ୍ରୀ ମଞ୍ଜୁଲତା ଆସି ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ଗୁଳିର ଶିକାର ହୋଇଥିଲେ ଦମ୍ପତ୍ତି ଲକ୍ଷ୍ମୀଧର ଆପଟ ଓ ସ୍ତ୍ରୀ ମଞ୍ଜୁଲତା। ତେବେ ପୁଅ ହିମାଂଶୁର ମୁଣ୍ଡକୁ ଭୁଜାଲୀରେ ଆକ୍ରମଣ କରାଯିବା ସମୟରେ କୌଶଳ କ୍ରମେ ସେଠାରୁ ଦୌଡ଼ି ପଳାଇଯିବା ଯୋଗୁଁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି। ୪ ଜଣ ଦୁର୍ବୃତ୍ତ ଏହି ହତ୍ୟାକାଣ୍ଡ ଘଟାଇବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ବଲାଣି ପୁଲିସ ଘଟଣାକୁ ନେଇ ତନାଘନା ଜାରି ରଖିଥିବା ବେଳେ, ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।