ହତ୍ୟାକାଣ୍ଡ ସ୍ଥଳରେ ହାତ ଗ୍ଲୋବସ, ମଦବୋଟଲ, ମଙ୍ଗଳସୁତ୍ର ପଡିଛି। ମହିଳାଙ୍କ ବେକରେ ଗାମୁଛା ଗୁଡ଼ାହୋଇଛ॥ ବେକରୁ ରକ୍ତ ବହୁ ଥିବାର ଦେଖାଯାଇଛି ।ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛ। ତେବେ ଗଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ଅଜଣା ମହିଳାଙ୍କୁ ହତ୍ୟା ସହ ଗୁରୁତର ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୁ ପଞ୍ଚାୟତର କଣ୍ଡରାପାଟିଆ ଗାଁ ଜମ୍ବୁଫୁଟା ଜୋର ନିକଟରେ ଆଜି ଭୋରରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବିବାହିତା ମହିଳାଙ୍କୁ କେହି ମାରିଦେଇ ଫିଙ୍ଗି ଦେଇଥିବା ବେଳେ ନିକଟରେ ଶିଶୁପୁତ୍ରକୁ ପଥରରେ ମୁଣ୍ଡକୁ ଛେଚି ପିଙ୍ଗି ଦେଇଛନ୍ତି । ମୁମୂର୍ତ୍ସ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ଡାକ୍ତର ଖାନାକୁ ପଠାଯାଇଛି।
Download Argus News App
