ଠିକ ସମୟରେ ଆବଶ୍ୟକ ସଂଖ୍ୟକ ମଣ୍ଡି ଖୋଲାଯାଇ ନପାରିବାରୁ ଚାଷୀମାନେ ହଇରାଣ ହେଉଛନ୍ତି । ଅନେକ ଚାଷୀଙ୍କ ଟୋକନ ମଧ୍ୟ ଅଯଥାରେ ନଷ୍ଟ ହେଉଛି । ଧାନ ଦେବାର ୨୪ ଘଂଟା ପରେ ମଧ୍ୟ ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିପାରୁନାହିଁ। ତେଣୁ ଏନେଇ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ନିକଟରେ ଦ୍ୱାରସ୍ତ ହେଇଛି କିଷାନ କଂଗ୍ରେସ ।
ରାଜ୍ୟପାଳଙ୍କ ସାମ୍ବିଧାନିକ ହସ୍ତକ୍ଷେପ ଲୋଡିଲା କିଷାନ କଂଗ୍ରେସ

ଅର୍ଗସ ବ୍ୟୁରୋ : ରାଜ୍ୟପାଳଙ୍କ ସାମ୍ବିଧାନିକ ହସ୍ତକ୍ଷେପ ଲୋଡିଲା କିଷାନ କଂଗ୍ରେସର ୧୧ ଜଣିଆ ପ୍ରତିନିଧି ଦଳ । ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ଓ ମଣ୍ଡି ଅବ୍ୟବସ୍ଥାର ସମାଧାନ ପାଇଁ ରାଜ୍ୟପାଳଙ୍କ ସାମ୍ବିଧାନିକ ହସ୍ତକ୍ଷେପ ଲୋଡିଛନ୍ତି । ରାଜ୍ୟର ଉତ୍ପାଦିତ ଧାନ ପ୍ରାୟ ୩୦ ପ୍ରତିଶତ କମ ମୁଲ୍ୟରେ ଚାଷୀ ବିକୁଛନ୍ତି ।
Download Argus News App
