ବାବା ବୁଢା ଗଣେଶଙ୍କ ପୂଜା ଭଦ୍ରକର ଶାନ୍ତି, ସଦଭାବନା ଓ ଭାଇଚାରାର ପ୍ରତିଷ୍ଠାର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି । ଯାହା ଭଦ୍ରକ ଭଳି ଏକ ଐତିହ ଓ ସଂସ୍କୃତି ସମ୍ପୂର୍ଣ୍ଣ ମାଟିକୁ ଗୌରାବନୀତ କରିଛି । ତେବେ ବାବା ବୁଢା ଗଣେଶଙ୍କ ପୂଜାର କଣ ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ ।
ଭଦ୍ରକର ପୁରୁଣା ବଜାର ଅଞ୍ଚଳରେ ମୋଗଲ ରାଜ୍ୱତ କାଳରୁ ବାବା ବୁଢ଼ା ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇ ଆସୁଛି । ଗଣେଶ ଚତୁର୍ଥୀ ଦିନ ପୂଜା କମିଟି ପକ୍ଷରୁ ପବିତ୍ର ସଳନ୍ଦୀ ନଦୀରୁ କଳସ ବୁଡ଼ା ଯାଇ ପୂଜା ମଣ୍ଡପରେ ସ୍ଥାପନା କରାଯିବା ପରେ ସନ୍ଧ୍ୟାରେ ବାବାଙ୍କ ପୂଜାର୍ଚନା ଆରମ୍ଭ ହୋଇଥାଏ ।
ସେହିଦିନ ଠାରୁ ଦୀର୍ଘ ଏକ ମାସ ଧରି ବାବାଙ୍କ ପୂଜାର୍ଚ୍ଚନା କରାଯାଏ । ଏହି ପୂଜାରେ କେବଳ ଯେ ହିନ୍ଦୁ ଲୋକମାନେ ଆସି ପୂଜାରେ ସାମିଲ ହୁଅନ୍ତି ତାହା ନୁହେଁ ଅନେକ ମୁସଲିମ ଭକ୍ତ ମାନେ ଆସି ପୂଜାରେ ସାମିଲ ହେବା ସହିତ ପ୍ରସାଦ ଚଢାଇବା ସହ ପ୍ରସାଦ ସେବନ କରିଥାନ୍ତି । ଯାହା ଏକ ବିରଳ ପରମ୍ପରା ବହନ କରି ଆସୁଛି ।
ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ହିନ୍ଦୁ, ମୁସଲିମଙ୍କ ମଧ୍ୟରେ ଭାଇଚାରା, ପ୍ରଶାସନ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ଏବଂ ପୂଜ୍ୟପୂଜାକୁ ଗୁରୁତ୍ୱ ଦେଇଥାଏ । ପ୍ରତିଦିନ ସନ୍ଧ୍ୟାରେ ବାବା ବୁଢ଼ା ଗଣେଶଙ୍କୁ ଦର୍ଶନ ପାଇଁ ଯାଉଛନ୍ତି ଶହ ଶହ ଭକ୍ତ ।
ଭଦ୍ରକର ଶାନ୍ତି, ସଦଭାବନା ଭାଇଚାରାର ପ୍ରମୁଖ ପୂଜା ମଣ୍ଡପ ପାଲଟିଥିବା ଏହି ବାବା ବୁଢ଼ା ଗଣେଶଙ୍କ ମଣ୍ଡପର ସର୍ବାଙ୍ଗୀନ ଉନ୍ନତି ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ନିବେଦନ କରିଛନ୍ତି।
ଆହୁରି ପଢନ୍ତୁ ଓଡିଶା ଖବର...