ବିରି ବଟା ଚାଲିଛି, ବଟା ବିରିରେ ଜିରା ସାଙ୍ଗକୁ କଞ୍ଚାଲଙ୍କା,ଅଦା ଭୃଷଙ୍ଗ ପତ୍ର ପଡିଛି। ଆଉ ୟାକୁ ମିଶେଈ ଫେଣ୍ଟି ଦେଲେ ଆଣ ପ୍ରସ୍ତୁ। ସେପଟେ ନାଲି ଚିହି ଚିହି ଚୁଲି ଉପରେ ତତଲା ତେଲ କଡ଼େଇ ବସିଛି। ଦୋକାନୀ ବଟା ବିରିକୁ ଗୋଟି ଗୋଟି କରି କଡ଼େଇରେ ପକେଇ ବରା ପକାଉଛନ୍ତି। ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ବରା ଖାଇଥିବେ,ବିଭିନ୍ନ ପୂଜା ପର୍ବାଣୀ ସମୟରେ ଆପଣଙ୍କ ଘରେ ବରା ତ ନିଶ୍ଷୟ ହେଉଥିବ।
କିନ୍ତୁ ଆମେ ଆଜି କହୁଛୁ ଢ଼େଙ୍କାନାଳ ବରାର କଥା । ଢ଼େଙ୍କାନାଳର ବରା ସାରା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ରାଜ୍ୟରେ ତ ସବୁ ସ୍ଥାନରେ ବରା ଦେଖିବାକୁ ମିଳିଥାଏ। କିନ୍ତୁ ଢ଼େଙ୍କାନାଳ ବରାର ସ୍ଵାଦ ଅନ୍ୟ ବରାଠାରୁ ନିଆରା। ବଡ଼ ରେଷ୍ଟୁରାଣ୍ଟ ହେଉ କି ଠେଲା ସବୁଠି ପ୍ରସ୍ତୁତି ହୋଇଥାଏ ବରା। ସଞ୍ଜ ହେଉ କି ସକାଳ ବରା ଖାଇବା ପାଇଁ ଲାଗିଥାଏ ଲୋକଙ୍କ ଗହଳି।ପ୍ରତ୍ୟେକ ଲୋକଙ୍କ ଜଳଖିଆ ପ୍ଲେଟ୍ ରେ ବରା ନିଶ୍ଷୟ ରହିଥାଏ।ଆଉ ବରା ସାଙ୍ଗକୁ ଘୁଗୁନି ର ମଜା ନେଇଥାନ୍ତି।ଶୁଣନ୍ତୁ କଟକ ର ଜଣେ ଗ୍ରାହକ କଣ କହୁଛନ୍ତି ।
ଲୋକକଥା ଅନୁସାରେ ବୁଧେଇ ଦେଇ ନାମକ ଜଣେ ବୁଢୀ ମାଉସୀ ରହୁଥିଲେ।ତାଙ୍କ ର ଆର୍ଥିକ ଅବସ୍ଥା ଏତେଟା ସ୍ୱଚ୍ଛଳ ନଥିଲା।ପିଲା ଛୁଆଙ୍କୁ ପୋଷିବା ପାଇଁ ପ୍ରଥେମେ ସେ ବରା ଛାଣୀ କଚେରି ନିକଟରେ ବିକ୍ରି କରୁଥିଲେ,ଯାହା ଦି ପଇସା ମିଳେ ସେଥିରେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳୁଥିଲେ।ଧୀରେ ଧୀରେ ଏହା ଲୋକଙ୍କ ହୃଦୟ ଜିତିଲା ଓ ଲୋକଙ୍କ ମଧ୍ୟରେ ଆଦୃତ ହେଲା।ଏହାପରେ ଅନ୍ୟ ବ୍ୟବସାୟ ମାନେ ମଧ୍ୟ ବରା କୁ ଆପଣେଇ ନେଲେ ଓ ଗ୍ରାହକ ଙ୍କ ପ୍ରଥମ ପସନ୍ଦ ପାଲଟିଲା।ଢ଼େଙ୍କାନାଳ ବରା କୁ ନେଇ ନେଇ ସଙ୍ଗୀତ ମଧ୍ୟ ରହିଛି ଏକଦା ଅକ୍ଷୟ ମହାନ୍ତି ଦିନେ ବସରେ ଯାଉଥିବା ବେଳେ ଢେ଼ଙ୍କାନାଳ ରେ ବରା ଖାଇଥିଲେ।ଢ଼େଙ୍କାନାଳ ବରା ରେ ସେ ମୁଗ୍ଧ ହୋଇ ନିଜ ସଙ୍ଗୀତରେ ସ୍ଥାନ ଦେଇଥିଲେ।।