ହେଲେ ଭୟ ନୁହେଁ, ସଚେତନତା ହିଁ ଆପଣଙ୍କୁ ନିରୋଗୀ କରିବ। ଆସନ୍ତୁ ଜାଣିବା ଏହି ଓଭାରିଆନ୍ କ୍ୟାନସର ସମ୍ପର୍କରେ।
ଓଭାରିଆନ୍ କ୍ୟାନସର ବା ଗର୍ଭାଶୟ କର୍କଟ। ୫୦ରୁ ୫୫ ବୟସ ଭିତରେ ଥିବା ମହିଳା ଏହି ରୋଗରେ ପୀଡିତ ହେବାର ସମ୍ଭାବନା ଅଧିକ। ମହିଳାଙ୍କ ଏହି ଜନନାଙ୍ଗ ନାଭୀର ମଧ୍ୟବର୍ତ୍ତି ସ୍ଥାନରେ ଠିକ ତଳକୁ ରହିଛି। ଏହି ଫିମେଲ ସେକ୍ସ ଅର୍ଗାନ ମଧ୍ୟରେ ସେକ୍ସ ହରମୋନ୍ ପ୍ରସ୍ତୁତ ହୋଇଥାଏ। ପୁନଃ ପ୍ରଜନନ ପାଇଁ ଏହିଠାରେ ଡିମ୍ବାଣୁ ବିକଶିତ ହୋଇଥାଏ।
ତେବେ ବୟସ ବଢିବା ପରେ ଏଠାରେ ସିଷ୍ଟ ବା ଗଣ୍ଠି ହେବା ଅଥବା ଏହି ଜନନାଙ୍ଗ ପ୍ରସାରିତ ହେବା କାରଣରୁ ଓଭାରିଆନ କ୍ୟାନସର ହୋଇଥାଏ। ଚିକିତ୍ସା ବିଜ୍ଞାନ ଏହାକୁ ୩ ଭାଗରେ ବିଭକ୍ତ କରିଛି।
୧- ଏଡିନୋ କାର୍ସିନୋମା ୨- ସିରିଅସ କାର୍ସିନୋମା ଓ ୩- ଏଣ୍ଡ୍ରୋମିଟ୍ରୋଏଡ୍ କାର୍ସିନୋମା
ଏହା ଏମିତି ଏକ ରୋଗ ଯାହାକୁ କୌଣସି ଅଙ୍କୋଲୋଜିଷ୍ଟ ଠାବ କରି ନ ଥାନ୍ତି। ବରଂ ଏହାକୁ ସାଧାରଣ ଚିକିତ୍ସକ ହିଁ ଠାବ କରି ନିଅନ୍ତି। ପେଟ କାଟିବା, ପେଟ ଫୁଲିବା, ପେଟରେ ପାଣି ଜମିବା ଓ ଗ୍ୟାସ ଏବଂ ଇନଡାଇଜେସନ୍ ଭଳି ସମସ୍ୟା ହେଲେ ଏହି ରୋଗ ହୋଇଛି ବୋଲି ଅନୁମାନ କରାଯାଏ। ପ୍ରଥମେ ଅଲଟ୍ରାସାଉଁଣ୍ଡ ଓ ପରେ CA125 ଭଳି ସାଧାରଣ ବ୍ଲଡ ଟେଷ୍ଟ କରି ଏହି ରୋଗ ଚିହ୍ନଟ ହୁଏ। ଯଦି ଏଥିରେ ସାଧାରଣ ସମସ୍ୟା ଦୃଷ୍ଟିଗୋଚର ହୁଏ, ତେବେ ଡାକ୍ତର ନର୍ମାଲ ଅପରେଶନ କରି ଓଭାରୀକୁ ଶରୀରରୁ ବାହାର କରିଦିଅନ୍ତି। କିନ୍ତୁ କିଛି ଅଡୁଆ ଦେଖିଲେ ଡାକ୍ତର ସିଟି ସ୍କାନ ଓ ଏମଆର ଆଇ କରିବାକୁ ପରାମର୍ଶ ଦିଅନ୍ତି। ଯଦି ଡାକ୍ତରଙ୍କ ଆକଳନ ସତ ହୁଏ ତେବେ ଶେଷ ପଦକ୍ଷେପ ଭାବେ ବାଏପ୍ସି ପାଇଁ ପରାମର୍ଶ ଦିଆଯାଏ। ଏହି ରିପୋର୍ଟ ହସ୍ତଗତ ହେବା ପରେ ଡାକ୍ତର ୨ଟି ଚିକିତ୍ସା ପଦ୍ଧତିକୁ ଆଧାର କରି ଚିକିତ୍ସା ଆରମ୍ଭ କରନ୍ତି।
କେହି କେହି ପ୍ରଥମେ କେମୋ ଥେରାପି ନେବାକୁ କୁହନ୍ତି। ଏଥିରେ କିଛି ଭୟଭିତ ହେବାର ନାହିଁ। ଡାକ୍ତରଙ୍କ ଦ୍ବାରା ନିର୍ଦ୍ଧାରୀତ କେମୋ ଥେରାପି ପରେ ଅପରେଶନ ଆରମ୍ଭ ହୁଏ। ଏହା ପରେ ପୁଣି ଥରେ କିଛି ସାଇକେଲ କେମୋ ଦିଆଯାଏ।
ପ୍ରାଥମକି ସ୍ତରରେ ରୋଗ ଥିଲେ ପେଟରେ ପାଣି ଜମି ଫୁଲିଯାଏ। ଏହାକୁ କାଢି ସୁରକ୍ଷିତ କରିବା ପରେ ଅପରେସନ ପାଇଁ ଚିନ୍ତା କରନ୍ତି ଡାକ୍ତର। କିନ୍ତୁ ଅଧିକ ପ୍ରଭାବି ଷ୍ଟେଜରେ ଥିଲେ ଓଭାରୀରେ ହୋଇଥିବା ଟ୍ୟୁମର ପେଟ, ଲିଭର ଆଦିକୁ ଚାଲି ଯାଇଥାଏ। ଏହାକୁ ଆଡଭାନ୍ସ ଷ୍ଟେଜ ବୋଲି କୁହାଯାଏ ଏବଂ ଶେଷ ପଦ୍ଧତି ଭାବେ ରେଡିଏସନ ଥେରାପିରେ ଚିକିତ୍ସା ଆରମ୍ଭ ହୁଏ।
ସ୍ୱାସ୍ଥ୍ୟ ଖବର ଆହୁରି ପଢନ୍ତୁ