ଜଗନ୍ନାଥ ମନ୍ଦିରର ସମ୍ମୁଖ ଭାଗରେ ଥିବା ବିରାଟ ସ୍ତମ୍ଭକୁ ଅରୁଣ ସ୍ତମ୍ଭ କୁହାଯାଏ। ଯାହାକି ଗୋଟିଏ ପଥରରେ ତିଆରି ହୋଇଛି। କୋଣାର୍କ ମନ୍ଦିରର ପତନ ପରେ ମରହଟ୍ଟାମାନେ ଏହାକୁ କୋଣାର୍କରୁ ଆଣି ଶ୍ରୀମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ। ହେଲେ କହିଲେ ଦେଖି ଏତେ ବଡ଼ କଳାମୁଗୁନି ପଥରର ବିରାଟ ପଥରଟି କେଉଁଠାରୁ ସଂଗୃହୀତ ହୋଇଥିବ ?
ଏହି ଉତ୍ତର ଖୋଜୁ ଖୋଜୁ ଗବେଷକ ଡଃ. ସୁରେନ୍ଦ୍ର ମିଶ୍ରଙ୍କ ଗବେଷଣା ସନ୍ଦର୍ଭକୁ ଆଧାର କରିବାକୁ ପଡିଲା। ମିଶ୍ରଙ୍କ ମତରେ ପୁରୀ, କୋଣାର୍କ, ଲିଙ୍ଗରାଜ ମନ୍ଦିର ଭଳି ବଡ଼ ବଡ଼ ଦେଉଳ ନିର୍ମାଣ ଲାଗି ଅଭିଭକ୍ତ ପୁରୀ ଜିଲ୍ଲାର ଡେଲାଙ୍ଗ, ତାପଙ୍ଗ ଓ ବାଲେଶ୍ବର ଜିଲ୍ଲାର ନିଳଗିରୀରୁ ପଥର ସଂଗୃହୀତ କରାଯାଉଥିଲା। ଏହାକୁ ଭେଳାରେ ନଦୀ ଜଳରେ ଭସାଇ ପୁରୀ,ଏକାମ୍ର ଓ କୋଣାର୍କ ଆଦି ସ୍ଥାନକୁ ଅଣାଯାଉଥିଲା।
ଜାଣିଲେ ଆଶ୍ଚର୍ଯ୍ୟ ହେବେ ନୀଳଗିରୀରୁ ପଥର ବୁହାଇବା ପାଇଁ ସେ ସମୟରେ ଚୁକ୍ତିବଦ୍ଧ ହୋଇଥିବା ବ୍ୟକ୍ତି ୩୦୭୭ ମାଢ ସୁନା କେବଳ ଅଗ୍ରୀମ ବା ଆଡଭାନ୍ସ ନେଇଥିଲେ। ହୁଏତ ଏହାପରେ ନିକଟରେ ଥିବା ପାହଡରୁ ଉନ୍ନତମାନର ପଥର ସଂଗ୍ରହ ପାଇଁ ବ୍ୟବସ୍ଥା ହୋଇଥିବା। ଗବେଷଣା କୁହେ, ୩୪୨ ଜଣ ବ୍ୟକ୍ତି ଉନ୍ନତମାନର ପଥର ସଂଗ୍ରହ ପାଇଁ ଓଡ଼ିଶାର କେରାଣ୍ଡିମାଳ, ଅରାଗଡ, ବିଶ୍ବନାଥ ପାହାଡ, ଜଗଦଳ, ତାପଙ୍ଗମାଳ, ବାଣେଶ୍ବର ଓ ନୀଳଗିରି ଆଦି ଅଞ୍ଚଳରେ ବୁଲିବୁଲି ପଥର ବାଛିଥିଲେ। ପରେ ଏହାକୁ ନିକଟବର୍ତ୍ତି ନଦୀ ଜଳରେ ଭେଳାରେ ବୁହାଇ ନିର୍ମାଣ ସ୍ଥଳକୁ ନିଆଯାଇଥିଲା। ଗୋଟିଏ ପାହାଡରୁ ପଥର ଆଣିବାକୁ ସେତେବେଳେ ୧୧୦ ମାଢ ସୁନା ଖର୍ଚ୍ଚ ହେଉଥିଲା।
ନୀଳଗିରି ଦୂରବର୍ତ୍ତି ସ୍ଥାନ ହୋଇଥିବାରୁ ସମ୍ଭବତଃ ଡେଲାଙ୍ଗ, ତାପଙ୍ଗ ଆଦି ଅଞ୍ଚଳରୁ ଅଧିକ ପଥର ସଂଗ୍ରହ କରାଯାଇଥିବା ଅନୁମାନ କରାଯାଏ। କିନ୍ତୁ ଅରୁଣ ସ୍ତମ୍ଭ ଲାଗି ପଥର ଖଣ୍ଡକ ଡେଲାଙ୍ଗ ବିଶ୍ବନାଥ ମୁଣ୍ଡିଆରୁ ସଂଗୃହୀତ କରାଯାଇଥିଲା ବୋଲି କୁହାଯାଏ।
ଆପଣ ଏବେ ଟ୍ରେନରେ ଗଲାବେଳେ ଖୋର୍ଦ୍ଧାରୋଡ ପରେ ପରେ ମୋଟରୀ ଷ୍ଟେଶନର ଗୋଟିଏ ପାଖରେ ଏହି ପାହାଡ ଦେଖୁଥିବେ। ଇଏ ସେହି ପାହାଡ ଯେଉଁଠାରୁ ଅରୁଣ ସ୍ତମ୍ଭ ପାଇଁ ପଥର ଯାଇଥିଲା।
କୋଣାର୍କରେ ଥିବା ଏ ହାତୀ ମୂର୍ତ୍ତିଟି କ'ଣ ?