ହେଲେ ଆପଣ ଜାଣନ୍ତି କି ଶନିଦେବଙ୍କୁ ନ୍ୟାୟମୂର୍ତ୍ତି ମଧ୍ୟ କୁହାଯାଏ । ଏହାସହ ତାଙ୍କୁ ସୂର୍ଯ୍ୟ ତଥା କର୍ମଫଳ ଦାତା ବୋଲି ମଧ୍ୟ କୁହନ୍ତି । ପୌରାଣିକ ମାନ୍ୟତା ଅନୁସାରେ ଶନିଦେବ ଭଗବାନ ଶିବଙ୍କ ଭକ୍ତି ଓ ତପସ୍ୟା କରି ନବଗ୍ରହରେ ସର୍ବଶ୍ରେଷ୍ଠ ସ୍ଥାନ ପ୍ରାପ୍ତ କରିଛନ୍ତି।
ଆପଣ ଦେଖିଥିବେ ମନ୍ଦିର ମାନଙ୍କରେ ଶନିଙ୍କର ଯେଉଁ ମୂର୍ତ୍ତି ଥାଏ ତାହା ଦେଖିବାକୁ କଳା । ଏହାପଛରେ ମଧ୍ୟ ଏକ ରହସ୍ୟ ରହିଛି..ଆସନ୍ତୁ ଜାଣିବା...
ପୌରାଣିକ ବିଶ୍ୱାସ ଅନୁଯାୟୀ, ଭଗବାନ ସୂର୍ଯ୍ୟ ନିଜ ପତ୍ନୀ ଛାୟାଙ୍କ ପାଖକୁ ଯାଇଥିଲେ। ସୂର୍ଯ୍ୟଙ୍କ ପ୍ରକାଶ ଓ ଉଜ୍ଜ୍ୱଳ କିରଣ ଯୋଗୁଁ ତାଙ୍କ ପତ୍ନୀ ଆଖି ବନ୍ଦ କରିଦେଲେ । ସେଥିପାଇଁ ତାଙ୍କୁ ଶ୍ୟାମଳ ବର୍ଣ୍ଣ ପୁତ୍ର ଶନିଦେବ ପ୍ରାପ୍ତ ହୋଇଥିଲେ । ଶନିଦେବଙ୍କ ଶ୍ୟାମଳ ବର୍ଣ୍ଣ ଦେଖି ସୂର୍ଯ୍ୟ ଛାୟାଙ୍କ ଉପରେ ଆରୋପ ଲଗାଇଲେ ଯେ ସେ ତାଙ୍କ ପୁତ୍ର ନୁହେଁ । ସେଥିପାଇଁ ଶନିଦେବ ନିଜ ପିତାଙ୍କ ଉପରେ କ୍ରୋଧିତ ହୋଇଗଲେ ।
ଏହାପରେ ଶନିଦେବ ଭଗବାନ ଶିବଙ୍କ ଘୋର ତପସ୍ୟା କଲେ ଓ ନିଜ ଶରୀରକୁ ଜାଳିଦେଲେ । ଭଗବାନ ଶିବ ଶନିଦେବଙ୍କ ଭକ୍ତିରୁ ପ୍ରସନ୍ନ ହୋଇ ତାଙ୍କୁ ବର ମାଗିବାକୁ କହିଥିଲେ । ଶନିଦେବ ବର ମାଗିଥିଲେ ଯେ ଯୁଗ ଯୁଗ ଧରି ତାଙ୍କ ମାତା ଛାୟାଙ୍କ ପରାଜୟ ହେଉଛି । ତାଙ୍କ ମାତା, ପିତା ସୂର୍ଯ୍ୟଙ୍କ ଦ୍ୱାରା ଲଗାତାର ନିର୍ଯ୍ୟାତିତ ହେଉଛନ୍ତି । ସେଥିପାଇଁ ସେ ନିଜ ପିତାଙ୍କ ଠାରୁ ଅଧିକ ପୂଜ୍ୟ ହେବାକୁ ଚାହୁଁଛନ୍ତି ଯେପରି ତାଙ୍କ ଅହଂକାର ଭାଙ୍ଗିଯିବ ବୋଲି ସେ ଶିବଙ୍କୁ କହିଥିଲେ । ଭଗବାନ ଶିବ ଶନିଦେବଙ୍କୁ ବରଦାନ ଦେଇଥିଲେ ଯେ ଶନିଦେବ ନବଗ୍ରହଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ହେବେ । ପୃଥିବୀଲୋକରେ ନ୍ୟାୟାଧୀଶ ଏବଂ ଦଣ୍ଡାଧିକାରୀ ହେବେ ଏବଂ ଲୋକଙ୍କ କର୍ମ ଅନୁଯାୟୀ ନ୍ୟାୟ ଓ ଦଣ୍ଡ ଦେବେ।
ଆସନ୍ତୁ ଶନିଦେବଙ୍କ ରୂପକୁ ଟିକେ ପାଖରୁ ବୁଝିବା...
ମତ୍ସ୍ୟ ପୁରାଣରେ ଶନିଦେବଙ୍କ ରୂପ ବର୍ଣ୍ଣନା କରାଯାଇଛି । ତାଙ୍କ ଶରୀର ନୀଳମଣି ସହ ସମାନ । ସେ ଶାଗୁଣା ଉପରେ ବସନ୍ତି । ତାଙ୍କର ଗୋଟିଏ ହାତରେ ଧନୁସର ଓ ଅନ୍ୟ ହାତରେ ବରମୁଦ୍ରାରେ ଥାଆନ୍ତି । ଶନିଦେବ ସର୍ବଦା ନିଜ ଭକ୍ତଙ୍କୁ ସାହାଯ୍ୟ କରନ୍ତି, ନିଜ ଭକ୍ତଙ୍କ ଡାକ ଶୁଣନ୍ତି । ଦେଶର ଅନେକ ସ୍ଥାନରେ ଶନିଦେବଙ୍କ ପ୍ରସିଦ୍ଧ ମନ୍ଦିର ରହିଛି । ଶନିବାର ଦିନ ଭକ୍ତ ଶନିଦେବଙ୍କୁ ଦର୍ଶନ କଲେ ଶନିଦେବ ଭକ୍ତଙ୍କ କଷ୍ଟ ଦୂର କରିଥାନ୍ତି ।