ସାମଗ୍ରୀ-
ପାଚିଲା କଦଳୀ-5ଟା
ସେଓ-250 ଗ୍ରା
ଅଙ୍ଗୁର-100ଗ୍ରା
କମଳା-100ଗ୍ରା
ମଇଦା-75ଗ୍ରା
ସପୁରୀ-100ଗ୍ରା
ନଡିଆ-1ଟା (କୋରା)
ଚିନି-300ଗ୍ରା
ଲୁଣ,ହଳଦୀ,ଆବଶ୍ୟକ ଅନୁସାରେ ଗୋଲମରିଚ-5ଗ୍ରା (ବଟା)
ଜିରା- 5 ଗ୍ରା
ପ୍ରଣାଳୀ- ପ୍ରଥମେ କଦଳୀକୁ ଲୁଣ ପକାଇ ଚକଟା ଯାଏ । ତା ପରେ ମଇଦାରେ ହଳଦୀ,ପାଣି,ଚିନି,ନଡିଆ ଓ ସମସ୍ତ ମସଲା ପଡି ଗୋଳାହୁଏ । ଏହାପରେ ସମସ୍ତ ଫଳ କଟା ହୋଇ ତା ମଧ୍ୟରେ ସଂମ୍ପୂର୍ଣ୍ଣ ପକାଯାଇ ଗୋଳାହୁଏ । ତା ପରେ 2 ମିନିଟ୍ ପାଇଁ ଚୁଲିରେ ବସାଯାଇ ଓହ୍ଲାଯାଏ । ଚୂଲିରେ ବସିଲା ବେଳେ ତାକୁ ଭଲଭାବରେ ଘଣ୍ଟାଯାଏ ।