ସାମଗ୍ରୀ-
କଖାରୁ-1 କିଗ୍ରା
ଦେଶିଆଳୁ-250ଗ୍ରା
କଦଳୀ-3ଟା
ନଡିଆ-2ଟା
କନ୍ଦମୂଳ-250ଗ୍ରା
ଚିନି-25ଗ୍ରାମ
ପୋଟଳ-200ଗ୍ରାମ
ଗୋଟା ସୋଲା-75ଗ୍ରାମ
ସୋରିଷ-50ଗ୍ରାମ୍
ଫାଳ ସୋଲା-10ଗ୍ରାମ
ମେଥି-25ଗ୍ରାମ
ମସଲା
ଗୋଲମରିଚ-10ଗ୍ରା
ପାନମଧୁରୀ-15ଗ୍ରା
ହେଙ୍ଗୁ-3ଗ୍ରାମ
ଲୁଣ,ହଳଦୀ,ଫୁଟଣ
ପ୍ରଣାଳୀ- ପ୍ରଥମେ ସମସ୍ତ ପରିବାକୁ ଛୋଟ ଛୋଟ କରି କାଟି ରଖାଯାଇ, ଏହାପରେ ସୋରିଷ, ପାନମଧୁରୀ,ଗୋଲମରିଚ,ଫାଳସୋଲାକୁ ଏକତ୍ର ଭଲଭାବରେ ବାଟି ରଖାଯାଏ । ଏହାପରେ କୁଡୁଆରେ ପ୍ରଥମେ କଟା ଯାଇଥିବା କଖାରୁ,ତାପରେ କନ୍ଦମୂଳ, ଦେଶୀଆଳୁ, ବଟା ହୋଇଥିବା ମସଲା, ନଡିଆ,ଲୁଣ,ହଳଦୀ,ଗୋଟା ସୋଲା, ଚିନି,ହେଙ୍ଗୁ, ପାଣିରେ ଗୋଳାଇ,କଦଳୀ,ପୋଟଳ,କାଙ୍କଡ,ପୁଣି ଶେଷରେ କଖାରୁ ଏହିପରି କ୍ରାମନ୍ୱୟରେ ଉପରକୁ ଉପର ସମସ୍ତ ଦ୍ରବ୍ୟ ପକାଯାଏ । ଏହାପରେ ଚୁଲିରେ କୁଡୁଆକୁବସାଯାଏ ।
କିଛି ସମୟ ପରେ ପରିବା ଦବିଗଲେ ଅଳ୍ପପାଣି ଦିଆଯାଇ ଗୋଳାଯାଏ । ସମସ୍ତ ପରିବା ଶିଝିଗଲା ପରେ ତଳକୁ ଓହ୍ଲାଇ ଆଣି ଜିରାକୁ ଘିଅରେ ଛୁଙ୍କ କରାଯାଇ ତା ଉପରେ ମିଶାଯାଏ । ଏହାପରେ ରୋଷଘର ବାହାରକୁଆଣି ମେଥି ଗୁଣ୍ଡ(ଯାହା ପୂର୍ବରୁ ଭଜା ହୋଇ ଗୁଣ୍ଡ କରାଯାଇ ରଖାଯାଇଥାଏ) ତାହା ମଧ୍ୟରେ ପକାଇ ଗୋଳା ଯାଇଥାଏ ।
ବିଦ୍ର-ରୋଷ ଘର ମଧ୍ୟକୁ ପିତା ଯାଏ ନାହିଁ