ପିଲାବେଳେ ପାଠକୁ ତାଙ୍କର ଥିଲା ଭାରି ଡର । ଯେଉଁଥିପାଇଁ ସେ ସ୍କୁଲ ଯିବାକୁ ବାହାନା କରୁଥିଲେ । ଖାଇବା ଥିଲା ତାଙ୍କର ସବୁଠାରୁ ପସନ୍ଦିଦା କାମ ଆଉ ଦୁଷ୍ଟାମୀ କରିବା ହବି । ଯେଉଁଦିନ ସ୍କୁଲ ଯିବାକୁ ଇଚ୍ଛା ହେଉ ନ ଥିଲା, ସେଦିନ ସେ କୂଅ ମୂଳକୁ ଦଉଡି ଯାଉଥିଲେ । ଆଉ ବାପାଙ୍କୁ ଦେଖେଇଲା ଭଳି କୂଅକୁ ଡେଇଁ ପଡିବାର ଅଭିନୟ କରୁଥିଲେ । ପୁଅର ଦୁଷ୍ଟାମୀ ଦେଖି ସେଦିନ ସ୍କୁଲ ଯିବାକୁ ମନା ହେଉଥିଲା ଆଉ ବାଳକ ମିହିର ଦିନ ତମାମ ଖେଳି ବୁଲି କାମ ସାରି ଦେଉଥିଲେ।
ଏମିତି ଦୁଷ୍ଟ ଥିଲେ ମିହିର ଦାସ । କିନ୍ତୁ ଦିନ ଆସିଲେ ସେ ଏମିତି ସୁଧୁରି ଗଲେ ଆଉ ଫିଲ୍ମର ମାୟାରେ ପଡିଲେ ଯେ, ଜୀବନର ରୂପରେଖ ବଦଳିଗଲା । ଆଉ ଆଜି ଯାହାଙ୍କ ପାଇଁ ଝୁରୁଛି ସାରା ଓଡିଶା ।