25 ମାର୍ଚ୍ଚରେ ଗ୍ରୋସରି ଦୋକାନକୁ ଯାଇଥିଲେ । 26 ମାର୍ଚ୍ଚରୁ 3 ଏପ୍ରିଲ ପର୍ଯ୍ୟନ୍ତ କେଉଁଆଡ଼େ ଯାଇନଥିଲେ ଯୁବକ । 4ଏପ୍ରିଲରେ ବାହାରିନ ଫେରନ୍ତାଙ୍କ ସସ୍ପର୍ଶରେ ଆସିଥିଲେ । ସେହିଦିନ ଗୋଲାମୁଣ୍ଡା ସ୍ଥିତ ଘରେ ରହିଥିଲେ । 5 ଏପ୍ରିଲରେ ତାଙ୍କୁ କ୍ୱାରେଣ୍ଟାଇନ୍ରେୁ ରଖାଯାଇଥିଲା । ତାପରେ ତାଙ୍କ ସାମ୍ପଲ ପରୀକ୍ଷା ପାଇଁ ନିଆଯାଇଥିଲା । ଏପ୍ରିଲ 9ରେ ସାମ୍ପଲ ପଜିଟି୍ଭ୍ ଆସିବା ପରେ 10 ଏପ୍ରିଲରେ ତାଙ୍କୁ ଅଶ୍ୱିନି କୋଭିଡ ହସ୍ପିଟାଲକୁ ପଠାଯାଇଛି ।
Travel History of #Covid19 #Odisha
Case No: 45, 46, 47 & 48 pic.twitter.com/ixAgppM8BX— I & PR Department, Odisha (@IPR_Odisha) April 10, 2020
ସେପଟେ ଅନ୍ୟ 3 ଆକ୍ରାନ୍ତ ଭୁବନେଶ୍ୱର ଝାରପଡ଼ାର । ସେମାନଙ୍କ ମଧ୍ୟରେ ଜଣେ 37 ବର୍ଷୀୟ ମହିଳା ଥିବା ବେଳେ 9 ବର୍ଷୀୟ ଓ 5 ବର୍ଷୀ ଛୋଟ ଝିଅ ଅଛନ୍ତି । ସେମାନେ 22 ମାର୍ଚ୍ଚରୁ3 ଏପ୍ରିଲ ଘରେ ଥିଲେ । 42 ତମ ଆକ୍ରାନ୍ତଙ୍କୁ ସାକ୍ଷାତ ପାଇଁ ଏମସ୍ ଯାଇଥିଲେ । 6-9 ଏପ୍ରିଲ ହୋମ କ୍ୱାରେଣ୍ଟାଇନ୍ରେ ଥିଲେ । କଣ୍ଟାକ୍ଟ ଟ୍ରେସିଂ ଜରିଆରେ ସେମାନଙ୍କ ସାମ୍ପଲ ନିଆଯାଇଥିଲା । 9 ତାରିଖରେ ସେମାନଙ୍କ ସାମ୍ପଲ ପଜିଟିଭ୍ ମିଳିବା ପରେ ସେମାନଙ୍କ କିମ୍ସ କୋଭିଡ ହସ୍ପିଟାଲକୁ ପଠାଯାଇଛି ।